fbpx

ବଦଳିବ ‘ଲକ୍ଷ୍ମୀ’ ବସର ନାଁ!; ନାଁରେ କିଛି ନାହିଁ, ସେବା ମିଳିବା ଦରକାର; ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିବ ‘ଲକ୍ଷ୍ମୀ’ ବସର ନାଁ! ” ଲକ୍ଷ୍ମୀ ବସକୁ ନେଇ ଚାଲିଛି ତର୍ଜମା । ନାଁରେ କିଛି ନାହିଁ, ସେବା ମିଳିବା ଦରକାର ।” ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସୂଚନା । ଏନେଇ ରାଜ୍ୟ ସଡ଼କ ପରିବହନ ନିଗମ ବୈଠକରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ବୈଠକ ପରେ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ବିଭୁତି ଜେନା । କହିଲେ ‘ଲକ୍ଷ୍ମୀ’ ବସ୍ ସେବା ନେଇ ଅଧିକ ତର୍ଜମା ଚାଲିଛି ।

ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକମାନେ ମଧ୍ୟ ଏହି ସୁବିଧା ପାଇବେ । ଯେଉଁ ନାମରେ ହେଉ ପଛେ ଲୋକଙ୍କୁ ବସ୍ ସେବା ଦିଆଯିବ । ରାଜ୍ୟର ସମସ୍ତ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଚାଲୁଛି। ୩୦ଟି ଜିଲ୍ଲାରେ ମୋଟ ୧୩୫୪ଟି ବସ୍‌ ଚାଲୁଛି । ଦେଖିବାକୁ ଗଲେ ଏହା ଦ୍ୱାରା ୬୦୩୧ଟି ପଞ୍ଚାୟତର ପାଖାପାଖି ୩.୬୪ କୋଟି ଲୋକ ଉପକୃତ ହେଉଛନ୍ତି । ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଥିଲା ।

ପୂର୍ବରୁ ଏହା ମିଶନ ଶକ୍ତି ମା’ମାନଙ୍କୁ ପରିଚଳନା ଦାୟିତ୍ୱ ଦିଆଯାଇଥିଲା । ଯେପରିକି ଗାଁ ଲୋକମାନେ ‘ଲକ୍ଷ୍ମୀ ବସ୍‌’ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ୟ୍ୟ କରିପାରିବେ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଏହି ସୂଚନା ପରେ ଆଗକୁ ଏହି ବସ୍‌ ସେବା ଜାରି ରହିବ ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାକୁ ସହଜ କରିବ ।

Get real time updates directly on you device, subscribe now.