fbpx

ପିଠିରେ ଲେଖିଲେ PFI ସଂଗଠନ ନାମ, ଜବାନଙ୍କୁ ପିଟି ପିଟି କଲେ ଗୁରୁତର

AAKASH

କେରଳ : କେରଳର କୋଲ୍ଲମ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କୋଲ୍ଲାମ ଜିଲ୍ଲାର ଚେନ୍ନାପାରା ଅଞ୍ଚଳରେ ବିନା କୌଣସି କାରଣରେ ଜଣେ ଜବାନଙ୍କୁ ମାରପିଟ କରିଥିଲେ ଦୁଇ ଅଜଣା ଲୋକ । କେବଳ ସେତିକି ନୁହେଁ ପିଟିବା ପରେ ଜବାନଙ୍କ ପିଠିରେ ଲେଖିଥିଲେ PFI । ପୋଲିସର ସୂଚନା ଅନୁସାରେ ଜବାନ ଜଣଙ୍କ ରାଜସ୍ଥାନରେ ପୋଷ୍ଟିଙ୍ଗ ହୋଇଛନ୍ତି । ତାଙ୍କ ନାମ ସାଇନ । ସାଇନ କୋଲ୍ଲମ ଜିଲ୍ଲାରେ ରୁହନ୍ତି, ସେ ଏବେ ଛୁଟିରେ ଘରକୁ ଆସିଛନ୍ତି ।

ସୂଚନା ଅନୁସାରେ ଶନିବାର ରାତିରେ ଯେତେବେଳେ ସାଇନ ଘରକୁ ଫେରୁଥିଲେ ସେତେବେଳେ ଦେଖିଲେ ଗୋଟିଏ ଲୋକ ମଦ ପିଇ ତାଙ୍କ ଘର ଠାରୁ କିଛି ଦୂରରେ ପଡିଛି । ଯେତେବେଳେ ଜବାନ ଜଣଙ୍କ ସେହି ବ୍ୟକ୍ତି ନିକଟକୁ ଗଲେ ସେଠାରେ ଥିବା ଆଉ ଜଣେ ଲୋକ ତାଙ୍କ ଉପରେ ପଛରୁ ଆକ୍ରମଣ କରିଥିଲା । ଏହା ପରେ ଜବାଙ୍କ ହାତକୁ ବନ୍ଧା ଯାଇଥିଲା । ଏହା ପରେ ତାଙ୍କୁ ଖୁବ ମାରି ଥିଲେ ସେହି ଦୁଇ ଅଜଣା ବ୍ୟକ୍ତି । ଏହା ପରେ ଜଣେ ବ୍ୟକ୍ତି ଜବାନଙ୍କ ପିଠିରେ ସବୁଜ ରଙ୍ଗରେ PFI ଲେଖିଥିଲେ ।

ଏହି ଘଟଣା ପରେ ଅଜଣା ବ୍ୟକ୍ତି ଦୁଇଜଣ ଅନ୍ଧାରରେ ଫେରାର ହୋଇଯାଇଥିଲେ । କିଛି ସମୟ ପରେ ଜବାଙ୍କର ଚେତା ଫେରିଥିଲା । ଏହା ପରେ ସେ ନିଜ ବନ୍ଧା ହୋଇଥିବା ହାତକୁ କୌଣସି ପ୍ରକାରର ଖୋଲିଥିଲେ । ଏହା ପରେ ସେ ନିଜ ସମ୍ପର୍କୀୟଙ୍କୁ ଫୋନ କରିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ପୋଲିସକୁ ଏହି ଘଟଣାର ସୂଚନା ଦିଆ ଯାଇଥିଲା । ଏବେ ପର୍ଯ୍ୟନ୍ତ ଏହି ଘଟଣାର କୌଣସି ସୁରାକ ମିଳି ନାହିଁ । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଗତ ବର୍ଷ କେନ୍ଦ୍ର ସରକାର “ଫ୍ରଣ୍ଟ ଅଫ ଇଣ୍ଡିଆ” ଉପରେ ପ୍ରତିବନ୍ଧକ ଲଗାଇଥିଲେ । PFI ନେଟୱର୍କକୁ ଭାଙ୍ଗିବା ପାଇଁ ସାରା ଦେଶରେ NIA କ୍ରାକ ଡାଉନ ହେବା ଆରମ୍ଭ ହୋଇଥିଲା । ଏହା ପରେ PFI ରହୁଥିବା ସ୍ଥାନରେ ରେଡ ହୋଇଛି ।

Get real time updates directly on you device, subscribe now.