fbpx
BSKY
BJD SHG SKY
BJD YOUTH SKY

କପିଲ ଦେବଙ୍କ ପାଟିରେ କପଡା ଓ ହାତ ବାନ୍ଧି ଟାଣି ଟାଣି ନେଉଛନ୍ତି କିଛି ଲୋକ, ଭିଡିଓ ଭାଇରାଲ୍ ହେବା ପରେ ଚିନ୍ତାରେ ପ୍ରଶଂସକ

ନୂଆଦିଲ୍ଲୀ: ୧୯୮୩ରେ ଭାରତକୁ ୱାର୍ଲ୍ଡ କପ୍ ଜିତାଇଥିବା ପୂର୍ବତନ ଭାରତୀୟ କ୍ୟାପଟେନ୍ କପିଲ ଦେବଙ୍କୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କିଛି ଲୋକ କପିଲ ଦେବଙ୍କ ହାତ ବାନ୍ଧି ତାଙ୍କୁ ରୁମ୍ ଭିତରକୁ ଭିଡି ନେଇଯାଉଛନ୍ତି । ତାଙ୍କ ପାଟି ବି କପଡାରେ ବାନ୍ଧି ଦିଆଯାଇଛି ।

ଏହି ଭିଡିଓକୁ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସେୟାର କରିଛନ୍ତି । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରି ଗମ୍ଭୀର ଲେଖିଛନ୍ତି, ଆଶା କରୁଛି ଏହା କପିଲ ଦେବଙ୍କର ଭିଡିଓ ହୋଇ ନ ଥାଉ ଓ କପିଲଜୀ ଠିକ୍ ଥାଆନ୍ତୁ ।

ଅନ୍ୟପକ୍ଷରେ କପିଲ ଦେବ ବି ଏହି ଭିଡିଓର ପୋଷ୍ଟରେ କିଛି ଉତ୍ତର ଦେଇ ନାହାନ୍ତି କି ନିଜ ବିଷୟରେ କୌଣସି ଅପଡେଟ୍ ଦେଇନାହାନ୍ତି । ତେବେ ଭିଡିଓ ଦେଖି ମନେ ହେଉଛି ଏହା କୌଣସି ବିଜ୍ଞାପନ ଶୁଟିଂ ସମୟର କ୍ଲିପିଂ ବୋଲି । କିଛି ପ୍ରଶଂସକ ବି କମେଣ୍ଟରେ ଏହି ଦାବୀ କରିଛନ୍ତି ।

Get real time updates directly on you device, subscribe now.