fbpx

୧୫ବର୍ଷର ନାବାଳିକାକୁ ଅପହରଣକରି ୬୨ହଜାରରେ ବିକ୍ରିକଲା ଅଭିଯୁକ୍ତ

ଓଡିଶା ଭାସ୍କର: ଦିନକୁ ଦିନ ବଢି ଚାଲିଛି ଅପରାଧିକ ମାମଲ।। ସାମ୍ନାକୁ ଆସୁଛି ଅଭବନୀୟ ଘଟଣାର ବାସ୍ତବ ଚିତ୍ରା ଆଜିର ଏଖବର ପଢିଲେ ହୁଏତ ଆପଣବି କହିବେ ଏପରି ମାନସିକତାର ଲୋକ ବି ଦୁନିଆରେ ଅଛନ୍ତିା ଏଖବକ ହେଉଛି ସତନା ଜିଲ୍ଲାରା ଏକ ଭୟଙ୍କର ଘଟଣ।। ଯାହା କେହି କେବେ ଭାବି ନଥିବୋ ୧୫ ବର୍ଷର ଝିଅକୁ ଅପହରଣ କରି ବିକ୍ରିକରି ଦିଆଗଲ।। କଥା ଏତିକିରେ ସରିଥିଲା, ନାବାଳିକାକୁ କିଣିଥିବା ଯୁବକ ଜଣକ ତାଙ୍କୁ ମନ୍ଦିରରେ ବାହାହୋଇ ଥିଲୋ ପରେ ତାଙ୍କୁ ଅନେକ ଦିନ ଧରି ବଳତ୍କାର କରଥିଲ। ଝିଅଟି କୌଣସି ପ୍ରକାରେ ଅଭିଯୁକ୍ତ କବଳରୁ ଖସିଆସି ପରିବାର ଲୋକଙ୍କ ପାଖରେ ପହଞ୍ଚଥିଲୋ ପରେ ପରିବାର ଲୋକଙ୍କ ସହ ଥାନାର ଦ୍ୱାରସ୍ଥ ହୋଇଥିଲେ ପିଡିତ।।
ତେବେ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ରାମନଗର ଥାନ ପୋଲିସ । ଗତ ୧୫ ତାରିଖ ସକାଳେ ଦୁଇ ଜଣ ବାଇକ୍ ଆରୋହୀ ଯୁବକ ଏକ ଗାଁରୁ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ । ଅଭିଯୁକ୍ତ ରାଜୁ ମେୱାରା ନାବାଳିକାଙ୍କୁ ତାଙ୍କ ଭାଉଜ ଭୁରୀ ବାଇଙ୍କ ପାଖକୁ ନେଇଯାଇଥିଲେ । ଦୁଇ ଦିନ ପରେ ନାବାଳିକାଙ୍କୁ ମୈହର ନିଆଯାଇଥିଲା । ଅଭିଯୁକ୍ତ ରାଜୁ ଓ ତାଙ୍କ ପତ୍ନୀ ଗୀତା ନାବାଳିକାକୁ ସୁନୀଲ ଗୌର ନାମକ ଏକ ଲୋକକୁ ୬୨ ହଜାର ଟଙ୍କାରେ ବିକ୍ରି କରିଥିଲେ । ସୁନୀଲ ତାଙ୍କୁ ଏକ କାର୍ ରେ ତାଙ୍କ ଘର ଭୋପାଳ ନେଇଯାଇଥିଲେ । ଏଠାରେ ନାବାଳିକାକୁ ଏକ ମନ୍ଦିରରେ ମିଥ୍ୟା ଭାବେ ବିବାହ କରି ପ୍ରତିଦିନ ତାଙ୍କ ସହ ଜୋରଜବରଦସ୍ତ ସମ୍ପର୍କ ରଖିବା ଆରମ୍ଭ କରିଥିଲେ ।
କିଛି ଦିନ ପରେ ନାବାଳିକା ଜଣକ ନିଜ ଘର ଓ ପିତାମାତାଙ୍କୁ ମନେ ପକାଇବା ଆରମ୍ଭ କରିଥିଲେ । ଅଭିଯୁକ୍ତ ସ୍ୱାମୀ ସୁନୀଲ ଯୁବତୀଙ୍କ ପରିବାର ଲୋକଙ୍କୁ ଫୋନରେ କଥା କରାଇଥିଲେ । ଏହାପରେ ସେପ୍େଟମ୍ବର ୨୨ ତାରିଖରେ ନାବାଳିକା ଜଣକ ବାପା-ମାଆଙ୍କୁ ଭେଟିବା ବାହାନାରେ ଘରେ ପହଞ୍ଚିଥିଲେ । ଏଠାରେ ସେ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପୋୁଲିସ ନାବାଳିକାଙ୍କ ବୟାନ ରେକର୍ଡ କରିଛି । ବୟାନ କୁ ଭିତ୍ତି କରି ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ମାନବ ଚାଲାଣ, ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ ।

Get real time updates directly on you device, subscribe now.