fbpx
BJD SKY
BJD SKY

ସୁପ୍ରିମକୋର୍ଟରେ ପ୍ରଥମ ଥର ଦିବ୍ୟାଙ୍ଗ ଓକିଲ ଲଢିଲେ କେସ୍‌, ଜାଣନ୍ତୁ ସାଂକେତିକ ଭାଷା କିପରି ବୁଝିଲେ ବିଚାରପତି

BJD

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପ୍ରଥମ ଥର କୌଣସି ମୂକ ବଧିର ଓକିଲ ସାଂକେତିକ ଦ୍ୱିଭାଷା ପ୍ରୟୋଗରେ କେସ୍ ଲଢିଛନ୍ତି । ଏହି ଘଟଣାରେ ଦେଶର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ପ୍ରଶଂସା ମାମଲାକୁ ଆହୁରି ସମ୍ବେଦନଶୀଳ କରିଦେଇଛି । ଏହି ବଧିର ମହିଳା ଓକିଲଙ୍କ ଭର୍ଚୁଆଲ ଶୁଣାଣୀକୁ ଯେତେବେଳେ ମୁଖ୍ୟ ବିଚାରପତି ଅନସ୍କ୍ରିନ୍ ସ୍ଥାନ ଦେବାକୁ କହିଥିଲେ ସେତେବେଳେ ଏହାର ମହତ୍ତ୍ୱ ଅଧିକ ବଢିଯାଇଥିଲା ।

ଏହି ଘଟଣା ଶୁକ୍ରବାର ୨୨ ଡିସେମ୍ବରର । ଏହିଦିନ ସକାଳେ ସର୍ବୋଚ୍ଚ ନ୍ୟାୟାଳୟରେ ଭର୍ଚୁଆଲ ଶୁଣାଣୀ ହେଉଥିଲା । ଏହି ସମୟରେ ସ୍କ୍ରିନ୍‌ରେ ଜଣେ ମହିଳା ସାଂକେତିକ ଭାଷାରେ ଅଦାଲତର କାର୍ଯ୍ୟ ବିଷୟରେ ବାଖ୍ୟା କରୁଥିବାର ନଜର ଆସିଥିଲେ । ଆଡଭୋକେଟ୍ ସାରା ସନୀ ଏକ ମାମଲାର ଶୁଣାଣୀ ସମୟରେ ସାଂକେତିକ ଭାଷାରେ ନିଜର ପକ୍ଷ ରଖିଥିଲେ । ତାଙ୍କୁ ଏଥିରେ ସହାୟତା କରିଥିଲେ ଭାରତୀୟ ସାଂକେତିକ ଭାଷା ବିଶ୍ଲେଷକ ସୌରଭ ରାୟ ଚୌଧୁରୀ ।

ତେବେ ଏଥିପାଇଁ ପ୍ରଥମେ ସାରାଙ୍କୁ ସୁଯୋଗ ଦେବାକୁ ମନା କରାଯାଇଥିଲା । କିନ୍ତୁ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଏଥିପାଇଁ ଅନୁମତି ଦେଇଥିଲେ । ଏହାପରେ ଭର୍ଚୁଆଲ କୋର୍ଟ ରୁମ୍‌ରେ ଏହି ପ୍ରକାର ଶୁଣାଣୀ ପ୍ରଥମ ଥର ଲାଗି ହୋଇଥିଲା । ଏହା ଟିଭି ସ୍କ୍ରିନରେ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।

ଭାରତର ପ୍ରଥମ ମୂକ ବଧିର ଓକିଲ ସାରା ସନି ଦ୍ୱିଭାଷୀୟ ଦ୍ୱାରା ସୁପ୍ରିମକୋର୍ଟରେ ଶୁଣାଣୀ କରାଯିବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଓ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରିଛନ୍ତି ଯିଏ କି ଦିବ୍ୟାଙ୍ଗଙ୍କ ପର୍ଯ୍ୟନ୍ତ ନ୍ୟାୟ ବ୍ୟବସ୍ଥା ପହଞ୍ଚିବା ଦିଗରେ ମୁଖ୍ୟ ସମର୍ଥକ ପାଲଟିଛନ୍ତିି । ସାରା ବେଙ୍ଗାଲୁରସ୍ଥିତ ସେଣ୍ଟ ଯୋଶେଫ କଲେଜ ଅଫ୍ ଲ’ରୁ ଏଲଏଲ୍ ବି କରିଛନ୍ତି ।

Get real time updates directly on you device, subscribe now.