fbpx
BJD SKY
BJD SKY

ଓଡିଶାର ଏହି ୭ ଜିଲ୍ଲାରେ ପ୍ରତି ୧୦ ଜଣ ପୁଅରେ ରହିଛନ୍ତି ମାତ୍ର ୮ ଜଣ ଝିଅ

BJD

ଓଡିଶା ଭାସ୍କର: ଜାତୀୟ କନ୍ୟା ସନ୍ତାନ ଦିବସରେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ଓଡିଶାରେ ଉଦବେଗଜନକ ସ୍ଥିତିରେ କନ୍ୟା ସନ୍ତାନ ସଂଖ୍ୟା ରହିଛି। ବିଶଷେକରି ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ଏହି ସ୍ଥିତି ସଂଗୀନ ରହିଥିବା ଦେଖିବାକୁ ମିଳୁଛି। ମୋଟ ୭ ଜିଲ୍ଲାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ଢେର କମ୍ ରହିଛି। ଏହି ୭ ଜିଲ୍ଲା ମଧ୍ୟରେ ନୟାଗଡ଼, ଗଞ୍ଜାମ, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଝାରସୁଗୁଡା ରହିଛି। ତେବେ ଏହି ସବୁ ଜିଲ୍ଲାମାନଙ୍କରେ ପ୍ରତି ୧୦ ଜଣ ପୁଅରେ ୮ ଜଣ ଝିଅ ରହିଥିବା ଜଣାପଡିଛି। ଯାହା ଏବେ ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଚିନ୍ତାଜନକ ବିଷୟ।

ତେବେ ଲିଙ୍ଗ ନିରୂପଣ ପରେ ଗର୍ଭପାତ, ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଏବଂ ମାନସିକତାରେ ପରିବର୍ତ୍ତନ ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଏହାକୁ କିପରି ରୋକି ହେବ ଓ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇବ ସେ ନେଇ ସରକାରୀ ସ୍ଥରରେ ମାନସ ମନ୍ଥନ ଚାଲିଛି। ଯେଉଁଥିପାଇଁ ନିକଟରେ ସ୍ୱାସ୍ଥ୍ୟ ବିଭାଗର ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଡାକ୍ତର, ସମାଜିକ ବିଜ୍ଞାନୀ, ସବୁ ଜିଲ୍ଲାର ଜନସ୍ଵାସ୍ଥ୍ୟ ଅଧିକାରୀ ଏବଂ ଆଇନ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ଏନେଇ ବିସ୍ତୃତ ଆଲୋଚନା କରିଥିଲେ। ତେବେ ଆଜି ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହେଉଥିବା ବେଳେ ଝିଅଙ୍କ ସଂଖ୍ୟା ହ୍ରାସ ହେବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି କୁହାଯାଇଛି।

 

Get real time updates directly on you device, subscribe now.