fbpx

ଗାଧୋଇ ଫେରିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ : ମୃତ ଘୋଷଣା କରିଲେ ଡ଼ାକ୍ତର

ବଲାଙ୍ଗିର : ମଣିଷ ଜୀବନରେ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟିଥାଏ । ଅନେକ ସମୟରେ ଏଭଳି ଦୁର୍ଘଟଣାରେ କିଛି ଲୋକ ପ୍ରାଣ ହରାଇଦିଅନ୍ତି ତ କିଛି ଲୋକ ମୃତ୍ୟୁ ମୁଖରୁ ଫେରି ଆସନ୍ତି । ଏହିପରି ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଜୀ ଥାନା ଅନ୍ତର୍ଗତ ଧାମଣ୍ଡଙ୍ଗା ଅଞ୍ଚଳରୁ ।

ଜଣେ ବୃଦ୍ଧ ମହିଳା ଯାହାଙ୍କ ନାମ ଲଳିତା ପୁଟେଲ । ମହିଳାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ଜଣାପଡି଼ଛି । ସୂଚନା ଅନୁସାରେ ମହିଳା ଜଣଙ୍କ ସକାଳ ୬ଟା ସମୟରେ ଗାଧୋଇସାରି ଘରକୁ ଫେରୁଥିବା ସମୟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ ।

ପରବର୍ତ୍ତୀ ସମୟରେ ଆହତ ମହିଳାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କଣ୍ଟାବାଜୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ ତଥ୍ୟ ମିଳି ନାହିଁ ।

Get real time updates directly on you device, subscribe now.