fbpx

ମରିଗଲା ମମତା : ନବଜାତ ମୃତ ଶିଶୁକୁ ଜଳୁଥିବା ଅଳିଆରେ ଫିଙ୍ଗିଲା ମାଆ

ଗଢବା : ମରିଗଲାଣି ମାଆର ମମତା । ଝାଡଖଣ୍ଡର ଗଢବା ଜିଲ୍ଲାରୁ ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଖବର ସାମ୍ନାକୁ ଆସିଛି । ପଲାମୁ ଜିଲ୍ଲାର ରଜହାରାର ଲହଲହେ ଗ୍ରାମର ନିବାସୀ ମନଦୀପ ବିଶ୍ୱର୍ମାର ସ୍ତ୍ରୀ ଗର୍ଭଧାରଣ କରିଥିଲେ । ଅଚାନକ ଗର୍ଭ ଯନ୍ତ୍ରଣା ଆରମ୍ଭ କରିବାରୁ ତାଙ୍କୁ ସିଏଚ୍ସି ରେଫଲର ହସ୍ପିଟାଲରେ ଭର୍ତ୍ତି କରାଗଲା । ଏଏନଏମ ନିର୍ମଳା କୁମାରୀ ଏବଂ ମଞ୍ଜୁ କୁମାରୀ ତାଙ୍କର ଡେଲିଭେରୀ କରାଇଲେ ।

ତେବେ ମେଡିକାଲରେ ଦାଇ ଦୌଲତ ଦେବୀ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ । ଏହା ଜାଣିବାପରେ ସମ୍ପର୍କୀୟ ଲୋକ ମାନେ ଅନ୍ତିମ ସଂସ୍କାରର କାର୍ଯ୍ୟ ପାଇଁ ପ୍ରସ୍ତୁତି କରୁଥିବା ସମୟରେ । ମାଆ ନିଜର ମୃତ ଶିଶୁର ଶବକୁ ନେଇ ଏକ ନିଆଁ ଲାଗିଥିବା ଅଳିଆ ଗଦାରେ ଫିଙ୍ଗି ଦେଇଥିଲା । ଏହା ଶୁଣିବା ପରେ ସମ୍ପର୍କୀୟ ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲେ । ସେମାନେ ହସ୍ପିଟାଲରେ ଚିତ୍କାର କରିବାକୁ ଲାଗିଲେ ଏବଂ ଏହି ଘଟଣା ପାଇଁ ସମ୍ପର୍କୀୟ ଲୋକ ହସ୍ପିଟାଲର ଲୋକଙ୍କ ଉପରେ ଅବହେଳାର ଅଭିଯୋଗ କରିଥିଲେ ।

ସୂଚନା ପାଇ ଏସଡିଏମ ର ନିର୍ଦ୍ଧେଶ ଅନୁସାରେ ରାଜୀବ କୁମାର ଏବଂ ଥାନା ଦାୟିତ୍ୱରେ ଥିବା କମଲେଶ କୁମାର ମହିଳା ପୋଲିସ ସହିତ ହସ୍ପିଟାଲରେ ପଇଁଞ୍ଚିଥିଲେ । ସେଠାରେ ଥିବା ଏଏନଏମ ନିର୍ମଲା କୁମାରୀ, ମଞ୍ଜ କୁମାରୀ ଏବଂ ଦାଇ ଦୌଲତ ଦେବୀକୁ ଗିରଫତାର କରିଥିଲେ । ବର୍ତ୍ତମାନ ମାମଲାର ଯାଞ୍ଚ ଜାରୀ ରହିଛି । ସଠିକ ଘଟଣା ଏପର୍ଯ୍ୟନ୍ତ ଜଣା ପଡି ନାହିଁ ।

Get real time updates directly on you device, subscribe now.