fbpx

ପରିଚୟ ଖୋଜୁଛି ବହୁମୁଖୀ ଇନ୍ଦ୍ରାବତୀ ଜଳପ୍ରପାତର ଉତ୍ପତ୍ତିସ୍ଥଳ

କଳାହାଣ୍ଡି: ବୃହତ୍ତମ ଜଳବିଦ୍ୟୁତ ପ୍ରକଳ୍ପର ଭାବେ ପରିଚୟ ଦେଇଥିବା ଇନ୍ଦ୍ରାବତୀ ନଦୀର କ୍ଷୁଦ୍ରତମ ଝରଣାର ତିନୋଟି ଧାର ଏହି ପ୍ରକଳ୍ପର ଜନ୍ମଦାତ୍ରୀ ଆଜି ନିଜ ପରିଚୟ ପାଇବାକୁ ଅନାଇ ବସିଛି। ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଆଜି ସମଗ୍ର ବିଶ୍ୱରେ ପରିଚିତି କିନ୍ତୁ ପରିତାପର ବିଷୟ ପରିଚୟ ପାଇନି ଏହି ପ୍ରକଳ୍ପର ଉତ୍ପତ୍ତିସ୍ଥଳ।

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ ଘେରା ଥୁଆମୁଳ ରାମପୁର ବ୍ଲକ ଅଞ୍ଚଳର ମର୍ଦ୍ଦିଗୁଡ଼ା ଗାଁର ଏକ ଆମ୍ବଗଛ ତଳୁ ବାହାରିଥିବା ଝରଣାର ତିନୋଟି ପବିତ୍ର ଧାରାଯେ ଦିନେ ଏକ ବିଶ୍ୱ ପରିଚିତ ପ୍ରକଳ୍ପର ଜନ୍ମଦାତ୍ରୀ ହେବ ଓ ଲୋକେ ଉପକୃତ ହେବେ ଭାବିଲେ ଆଶ୍ଚର୍ଯ୍ୟ ହେଲେବି ତାହା ଆଜି ବାସ୍ତବ ରୂପ ନେଇଛି ।

ଏହି ପ୍ରକଳ୍ପ ମାଧ୍ୟମରେ କଳାହାଣ୍ଡିର ଶହ ଶହ ହେକ୍ଟର ଚାଷ ଜମି ଜଳସେଚିତ ହୋଇ ଏକ ସବୁଜ ବିପ୍ଳବ ସୃଷ୍ଟି କରିପାରିଛି ଓ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ଉତ୍ପାଦିତ ହୋଇ ଓଡ଼ିଶା ସମେତ ରାଜ୍ୟ ବାହାରକୁ ମଧ୍ୟ ବିଜୁଳି ଯୋଗାଇ ସରକାରଙ୍କ ରାଜକୋଷକୁ କୋଟି କୋଟି ଟଙ୍କା ।

କିନ୍ତୁ ପର୍ଯ୍ୟଟନ ମାନଚିତ୍ରରେ ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଆଜି ଅବହେଳିତ ଅବସ୍ଥାରେ ପଡିରହିଛି ଏହି ଇନ୍ଦ୍ରାବତୀର ଉତ୍ପତ୍ତିସ୍ଥଳ । ତେଣୁ ସରକାର ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ଗୁରୁତ୍ୱ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Get real time updates directly on you device, subscribe now.