fbpx

ସମୟ ଥାଉ ଥାଉ ପିରବର୍ତ୍ତନ କରନ୍ତୁ ସକାଳର ଏହିସବୁ ଅଭ୍ୟାସ; ନଚେତ୍ ଭୋଗିବାକୁ ପଡିବ ଅନେକ ସମସ୍ୟା

ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ସମସ୍ତ ପ୍ରକାର ଉପାୟ ଅବଲମ୍ବନ କରିଥାଏ । ଖାଦ୍ୟପେୟ ଠାରୁ ଆରମ୍ଭ କରିବା ସୋଇବା ଏବଂ ଉଠିବା ପର୍ଯ୍ୟନ୍ତ ସମସ୍ତ କଥାପ୍ରତି ଧ୍ୟାନ ରଖିଥାଏ । କାରଣ ଏକ ଏଖ ଭଲ ଜୀବନଶୈଳୀ ଆପଣଙ୍କୁ ସ୍ୱାସ୍ଥ୍ୟବାନ ଜୀବନ ଦେଇଥାଏ । କିନ୍ତୁ ଅନେକ ସମୟରେ କିଛି ଭୁଲ କାର୍ଯ୍ୟଶୈଳୀ ଏବଂ ଅଭ୍ୟାସ ଆମକୁ ବିପଦରେ ପକାଇଥାଏ । ଫଳରେ ପରବର୍ତ୍ତି ସମୟରେ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଯେଉଁକାରଣରୁ ଆମକୁ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ତେବେ ଖାସ କରି ସକାଳର କିଛି ଖରାପ ଅଭ୍ୟାସ ଆଣ ସ୍ୱାସ୍ଖ୍ୟ ପାଇଁ କ୍ଷତି କାରକ ହୋଇଥାଏ । ତେଣୁ ଆପଣଙ୍କ ଯଦି ଏପରି କିଛି ଅଭ୍ୟାସ ଥାଏ ତେବେ ଏହାକୁ ଆପଣ ତୁରନ୍ତ ପରିବର୍ତ୍ତନ କରନ୍ତୁ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଅଭ୍ୟାସ ବିଷୟରେ…

ସକାଳର ଖରାପ ଅଭ୍ୟାସ:

୧- ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏଥିପାଇଁ ଅନେକ ଲୋକେ ଜୋର ଆଲାର୍ମ ଦେଇ ଶୋଇଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଏହି ଆଲାର୍ମ ସ୍ୱାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ ହୋଇଥାଏ । କାରଣ ହଠାତ୍ ବାଜୁଥିବା ଆଲାର୍ମର ଶବ୍ଦ ସମ୍ବେଦନଶୀଳ ସ୍ନାୟୁ ପ୍ରଣାଳୀକୁ ସକ୍ରିୟ କରିଥାଏ । ଯାହାଫଳରେ ଶରୀରରେ ଏହିପରି ହରମୋନ୍ ବୃଦ୍ଧି ପାଇବା ଆରମ୍ଭ କରେ ଯାହା ଚିନ୍ତା ପାଇଁ ଦାୟୀ ହୋଇଥାଏ ।ଏଥିସହିତ ଆଲାର୍ମର ଜୋର ଶବ୍ଦ ହୃଦୟ ପାଇଁ ମଧ୍ୟ ଖରାପ ହୋଇଥାଏ । ତେଣୁ ରାତିରେ ଶୋଇବା ସମୟରେ ଆଲାର୍ମ ଦେବା ଉଚିତ୍ ନୁହେଁ । ଏପରି ଅଭ୍ୟାସ ଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରାନ୍ତୁ ।

୨- କିଛି ଲୋକଙ୍କର ବହୁତ ଖରାପ ଅଭ୍ୟାସ ଅଛି ଯେ ସେମାନେ ସକାଳେ ଉଠିବା ମାତ୍ରେ ଫୋନ ବ୍ୟବହାର କରିଥାନ୍ତି ଏବଂ ଅନେକ ସମୟ ଯାଏ ସେହିପରି ବିଛଣାରେ ଶୋଇରହି ପୋନ ଦେଖନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଅଭ୍ୟାସକୁ ସ୍ୱାସ୍ଥ୍ୟ ବିପଦ ବୋଲି କହିଛନ୍ତି। ସକାଳେ ଫୋନ୍ ସ୍କ୍ରିନ୍ ବ୍ୟବହାର କରିବା ଦ୍ୱାରା ଏହା ଦୃଷ୍ଟି ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ ।ଫଳରେ ଖୁବ ଶୀଘ୍ର ଆଖି ନଷ୍ଟ ହେବାର ସମ୍ଭାବନା ରହିଥାଏ । ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ ସକାଳୁ ଉଠିବା ପରେ ସର୍ବପ୍ରଥମେ ଆକାଶକୁ ଦେଖିବା ଉଚିତ୍, ଯେଉଁଥିପାଇଁ ଆଖିର ସ୍ୱାସ୍ଥ୍ୟ ଭଲ ରହିବ ।

୩- ଆପଣ କିପରି ସକାଳେ ବିଛଣାରୁ ଉଠିବେ? ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ସକାଳେ ବିଛଣାରୁ ଉଠିବା ସମୟରେ କଡ ଲେଉଟାଇ ଉଠିବା ଉଚିତ୍ । କାରଣ ସିଧା ଉଠିବା ଦ୍ୱାରା ଏହା ମେରୁଦଣ୍ଡ ଉପରେ ପ୍ରଭାବ ପକାଇଥାଏ । ଫଳରେ ଏହା ପିଠି ସମସ୍ୟା ସୃଷ୍ଟି କରେ ।

Get real time updates directly on you device, subscribe now.