fbpx

ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟିବା ପରେ ସମସ୍ତଙ୍କ ପାଇଁ ବିକାଶର ରାସ୍ତା ଖୋଲିଛି: ମୋହନ ଭାଗବତ

ନୂଆଦିଲ୍ଲୀ: ଆରଏସଏସର ୯୬ତମ ପ୍ରତିଷ୍ଠା ଦିବସରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ନାଗପୁର ଠାରେ ଉଦବୋଧନ ଦେଇଛନ୍ତି । ସେ ତାଙ୍କ ଉଦବୋଧନରେ ହିନ୍ଦୁ ସଂସ୍କୃତି ସହ ଜମ୍ମୁ କଶ୍ମୀରର ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଜମ୍ମୁ କଶ୍ମୀରରେ ପୂର୍ବ ଅପେକ୍ଷା ବର୍ତ୍ତମାନର ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି । ସେ ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟାଇବା ପରେ ଘାଟୀରେ ହୋଇଥିବା ପରିବର୍ତ୍ତନ ବିଷୟରେ କହିଛନ୍ତି ।

ସେ କହିଛନ୍ତି ଧାରା ୩୭୦ ଉଠିବା ପରେ ଏବେ ସେଠାରେ ଅନେକ ପରିବର୍ତ୍ତନ ହୋଇଛି । ଏବେ ସେଠାରେ ସମସ୍ତଙ୍କ ପାଇଁ ବିକାଶ ପାଇଁ ରାସ୍ତା ପ୍ରଶସ୍ତ ହୋଇଛି । ସେ କହିଛନ୍ତି ଧାରା ୩୭୦ ବାହାନାରେ ଜମ୍ମୁ-ଲଦାଖ ସହ ଭେଦଭାବ କରାଯାଉଥିଲା । କିନ୍ତୁ ଏବେ ସେଠାରେ ଭେଦଭାବ ଦେଖିବାକୁ ମିଳିବ ନାହିଁ ।

ସେ ଆହୁରି କହିଛନ୍ତି ଏହା ପୂର୍ବରୁ ଜମ୍ମୁ କଶ୍ମୀର ପାଇଁ ଯାହା ବି କରାଯାଉଥିଲା ତାହାର ୮୦ ପ୍ରତିଶତ ନେତାଙ୍କ ପକେଟକୁ ଯାଉଥିଲା ଫଳରେ ଲୋକ ନିଜ ଅଧିକାର ଏବଂ ଆବଶ୍ୟକତାରୁ ବଞ୍ଚିତ ହେଉଥିଲେ ହେଲେ ଏବେ ଲୋକଙ୍କୁ ସିଧା ସଳଖ ଲାଭ ମିଳୁଛି । ସେ ଆହୁରି କହିଛନ୍ତି ହିନ୍ଦୁ ସମାଜକୁ ନିଜର ଛୋଟ ଛୋଟ ଅହଙ୍କାରକୁ ଭୁଲିବା ଦରକାର ଏବଂ ସମାଜରେ ସମସ୍ତଙ୍କୁ ଆପଣାଇବା ଦରକାର ।

Get real time updates directly on you device, subscribe now.