fbpx

ଦିନକରେ ଆୟ କଲେ ୪୪ ହଜାର କୋଟି: ଜାଣନ୍ତୁ କିଏ ଏହି ଶିଳ୍ପପତି

ନୂଆଦିଲ୍ଲୀ:ଇଲେକ୍ଟ୍ରିକ କାର କମ୍ପାନୀ ଟେସଲା ସିଇଓ ଏଲନ ମସ୍କ ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଗୋଟିଏ ଦିନରେ ସେ ୪୫୪୭୧ କୋଟି ଟଙ୍କା ଆୟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଶୁକ୍ରବାର ଟେସଲାର ଶେୟାର ମୂଲ୍ୟ ହୁ ହୁ ହୋଇ ବଢ଼ି ଯାଇଥିଲା । ଗତ ସପ୍ତାହେ ଧରି ଟେସଲାର ଶେୟାର ମୂଲ୍ୟ ବୃଦ୍ଧି ପାଇଛି । ଅପରପକ୍ଷରେ ସେୟାର ମୂଲ୍ୟ ବୃଦ୍ଧି ପାଇଥିବାରୁ ଏଲନ ମସ୍କଙ୍କ ମୋଟ ସମ୍ପତି ମୂଲ୍ୟ ୬ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୩୬ ବିଲିୟନ ଡଲାରରେ ପହଁଚି ଯାଇଛି । ଆମାଜନ ମୁଖ୍ୟ ଜେଏଫ ବେଜୋସଙ୍କୁ ସେ ପଛରେ ପକାଇ ବିଶ୍ୱର ଏକ ନମ୍ବର ଧନୀ ପାଲଟି ଯାଇଛନ୍ତି ।

ଅପରପକ୍ଷରେ ଏସିଆର ବଡ଼ ଧନୀ ମୁକେଶ ଅମ୍ବାନୀ ପ୍ରଥମ ୧୦ ଧନୀ ତାଲିକାରୁ ହଟି ଯାଇଛନ୍ତି । ପୂର୍ବରୁ ମୁକେଶ ଅମ୍ବାନୀ ୱାରେନ ବଫେଟଙ୍କୁ ପଛରେ ପକାଇ ଟପ ଟେନ ଧନୀ ତାଲିକାରେ ସ୍ଥାନ ପାଇଥିଲେ । କିନ୍ତ ଏବେ ବଫେଟଙ୍କର ଏବେ ୧୦୩ ବିଲିୟନ ଡଲାରର ସମ୍ପତି ଥିବାବେଳେ ଅମ୍ବାନୀଙ୍କର ସମ୍ପତି ମୂଲ୍ୟ ୧୦୨ ବିଲିୟନ ଡଲାର ରହିଛି

Get real time updates directly on you device, subscribe now.