fbpx
BJD SKY
BJD SKY

ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ; ମୃତଦେହ ମୁହଁରେ ଲାଗିଲା ଅକ୍ସିଜେନ!

BJD

ଜୟପୁର: ଜଣେ ରୋଗୀ ଡାକ୍ତରଙ୍କୁ ଭଗବାନ ବୋଲି ମାନୁଥିବା ବେଳେ ତାଙ୍କର ଟିକିଏ ଅବହେଳା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଚି କରିପାରେ । ତେବେ ଏପରି ଘଟଣା ଆଗରୁ ଅନେକ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଫଳରେ ଡାକ୍ତର ଖାନାରେ ଉତ୍ତେଜନା ଦେଖାଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଜୟପୁରର ବୈପାରୀଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ତେବେ ମୃତ୍ୟୁବରଣ କରିଥିବା ମହିଳାଙ୍କ ନାଁ ତିଳୋତ୍ତମା ମାଝୀ ବୋଲି ଜଣା ପଡିଛି । ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାନୀୟ ଲୋକେ ଏବଂ ପରିବାର ପକ୍ଷରୁ ଉତ୍ତେଜନା ଦେଖାଦେଇଛି । ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ, ଡାକ୍ତରଙ୍କୁ ସେମାନେ ବାରମ୍ବାର ଗୁହାରୀ ସତ୍ତ୍ୱେ ମଧ୍ୟ ଡାକ୍ତର ତାଙ୍କ କଥା ଶୁଣି ନଥିଲେ । ଏଥିସହିତ ମୃତ୍ୟୁପରେ ରୋଗୀଙ୍କ ମୁହଁରେ ଅକ୍ସିଜେନ ଲଗାଇ ତାଙ୍କୁ ସ୍ଥାନାନ୍ତର କରୁଥିଲେ ।

ଫଳରେ ପିରବାର ଲୋକେ ଏହା ଜାଣିବା ପରେ ଏହାକୁ ବିରୋଧ କରିଥିଲେ । ଏଥିସହିତ ବୈପାରୀଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଗ୍ରାମବାସୀ ଏବଂ ପରିବାର ପକ୍ଷରୁ ଉତ୍ତେଜନା ଦେଖାଦେଇଛି । ଏଥିସହିତ ଡାକ୍ତରଙ୍କ ବିରୋଧରେ ସ୍ୱାମୀ ଏବଂ ଗ୍ରାମବାସୀ ଏତଲା ଦେଇଛନ୍ତି । ଫଳରେ ଏହି ଅଭିଯୋଗକୁ ଆଧାର କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.