fbpx
BJD
BJD SKY
BJD SKY

ଭରିଯିବ କେନ୍ଦ୍ରୀୟ କର୍ମଚାରୀଙ୍କ ପକେଟ! କ୍ୟାବିନେଟ ବୈଠକର ଏଜେଣ୍ଡାରେ ଅନ୍ତର୍ଭୁକ୍ତ ହେଲା ଏହି ଫାଇଲ

ନୂଆଦିଲ୍ଲୀ: ଜୁଲାଇ ୧ ରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମାହଙ୍ଗା ଭତ୍ତା ‘ଡିଏ’ ଏବଂ ମହଙ୍ଗା ରିଲିଫ୍ ‘ଡିଆର’ ପାଇବା ପାଇଁ ରାସ୍ତା ପ୍ରସ୍ତୁତ କରାଯାଇଛି। ‘ଡିଏ/ ଡିଆର’ ର ଫାଇଲ କେନ୍ଦ୍ ର କ୍ୟାବିନେଟ ବୈଠକର ଏଜେଣ୍ଡା ଟେବୁଲରେ ପହଞ୍ଚିଛି। ସୂଚନାନୁସାରେ, ବର୍ତ୍ତମାନ ସେହି ଫାଇଲ କ୍ୟାବିନେଟ ଦ୍ୱାରା ଅନୁମୋଦନ ହୋଇନାହିଁ। ଏହାପୂର୍ବରୁ, ଯେତେବେଳେ ବି ସେହି ଫାଇଲ ଟେବୁଲରେ ପହଞ୍ଚିଛି, ‘ଡିଏ/ ଡିଆର’ ଘୋଷଣା କରାଯାଇଛି। ଏଥର ‘ଡିଏ/ ଡିଆର’ ଚାରି ରୁ ପାଞ୍ଚ ପ୍ରତିଶତ ବୃଦ୍ଧି ହୋଇପାରେ। ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି।ଯଦି ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ‘ଡିଏ/ ଡିଆର’ ହାର ୩୮ ପ୍ରତିଶତରେ ପହଞ୍ଚିବ।

ଖୁଚୁରା ମୁଦ୍ରାସ୍ଫୀତିର ତଥ୍ୟ ଆଧାରରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଅର୍ଥାତ୍ ଜାନୁଆରୀ ଏବଂ ଜୁଲାଇରେ ଦୁଇଥର ‘ଡିଏ/ ଡିଆର’ହାରକୁ ସଂଶୋଧନ କରନ୍ତି। ଯଦି ଆମେ ଦେଶର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିବା, ତେବେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ମୁଦ୍ରାସ୍ଫୀତି ସ୍ତର ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ’ର ଆକଳନଠାରୁ ଅଧିକ ପହଞ୍ଚିଛି। ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭ ପ୍ରତିଶତରୁ ଅଧିକ ହୋଇଛି। ଚଳିତ ବର୍ଷ ଜାନୁଆରୀରୁ ‘ଡିଏ/ ଡିଆର’ ରେ ତିନି ପ୍ରତିଶତ ବୃଦ୍ଧି ଘଟିଛି। ଫଳସ୍ୱରୂପ, ‘ଡିଏ/ ଡିଆର’ ହାର ୩୪ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ଜୁଲାଇ ୧ ରୁ ମହଙ୍ଗା ଭତ୍ତା ୪-୫ ପ୍ରତିଶତ ବୃଦ୍ଧି ସ୍ଥିର ହୋଇଛି ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ‘ଡିଏ/ ଡିଆର’ ବୃଦ୍ଧି ହେବା ପରେ ସମସ୍ତ ରାଜ୍ୟ ସରକାର ମଧ୍ୟ ନିଜ ନିଜ କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରିଥାନ୍ତି। ମହଙ୍ଗା ଭର୍ତ୍ତା ବୃଦ୍ଧି ପାଇଲେ ପ୍ରାୟ ୪୭ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୩ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

Get real time updates directly on you device, subscribe now.