fbpx

ଫ୍ଲାଟର ମୂଲ୍ୟ ୭ କୋଟିରୁ ଅଧିକ, ୩ ଦିନ ମଧ୍ୟରେ ସବୁ ହୋଇଗଲା ବିକ୍ରି

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପୁଣି ଥରେ ଘରର ଡିମାଣ୍ଡ ବଢିବାରେ ଲାଗିଛି । ରିୟଲ ଷ୍ଟେଟର ବଡ କମ୍ପାନୀ ଡିଏଲଏଫ ଲିମିଟେଡ୍ ଆଜି କହିଛି ଯେ, ଗୁରୁଗ୍ରାମରେ ଥିବା ୧,୧୩୭ ର ଦାମୀ ଆପାର୍ଟମେଣ୍ଟକୁ ୩ଦିନରେ ବିକ୍ରି କରିଛନ୍ତି । ଏଥିରେ ପ୍ରତ୍ୟେକ ଫ୍ଲାଟର ମୂଲ୍ୟ ୭କୋଟି ବା ଏହାଠାରୁ ଅଧିକ । ଏହିପରି ଭାବେ କମ୍ପାନୀ ୮ହଜାର କୋଟିରେ ଏହାକୁ ବିକ୍ରି କରିଛି ।

ରେହୁଲେଟୋରୀ ଫାଇଲିଙ୍ଗରେ ଡିଏଲଏଫ କହିଛନ୍ତି ଯେ, ‘ ଲଗ୍ଜରୀ ହାଇ ରାଇଜ ରେସିଡେନ୍ସ, ଦ ଆର୍ବର ପାଇଁ ୮,୦୦୦ କୋଟିରୁ ଅଧିକ ପ୍ରି-ଫାର୍ମଲ ଲଞ୍ଚ ବିକ୍ରିର ରେକର୍ଡ ଦର୍ଶାଇଛି । ୨୫ ଏକରର ପ୍ରୋଜେକ୍ଟରେ ଡିଏଲଏଫ ୧,୧୩୭ ୪ବିଏଚକେ ଆପାର୍ଟମେଣ୍ଟ ତିଆରି କରିବ । ୩୮-୩୯ ଉଚ୍ଚତାର ଟାୱାର ତିଆରି ହେବ ।

ଏହି ପ୍ରୋଜେକ୍ଟ ଗୁରୁଗ୍ରାମର ଗୋଲ୍ଫ କୋର୍ସ ଏକ୍ସଟେସନ ରୋଡର ସେକ୍ଟର ୬୩ରେ ଅଛି । ଡିଏଲଏଫ କହିଛନ୍ତି ଯେ, ଏହା ଲଞ୍ଚ ହେବା ପୂର୍ବରୁ ସବୁ ଫ୍ଲାଟ ୩ ଦିନ ମଧ୍ୟରେ ବିକ୍ରି ହୋଇଗଲା । ଡିଏଲଏଫ ଲିମିଟେଡ ଗ୍ରୁପର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ମୁଖ୍ୟ ବ୍ୟବସାୟ ଅଫିସର କହିଛନ୍ତି ଯେ, ଆମ ନୂଆ ବିଳାସପୂର୍ଣ୍ଣ ପ୍ରୋଜେକ୍ଟ ‘ଦ ଆର୍ବର’ ଲଞ୍ଚ ହେବା ପୂର୍ବରୁ ଆମକୁ ଏହାର ସୁନ୍ଦର ପ୍ରତିକ୍ରିୟା ମିଳିଛି । ରିୟଲ ଷ୍ଟାଟସରେ ବିଶେଷକରି ଭରଷାଯୋଗ୍ୟ ଡେଭଲପର ଉତ୍ପାଦର ଚାହିଦା ମଜବୁତ ହେବ ।’

Get real time updates directly on you device, subscribe now.