fbpx
BJD SKY
BJD SKY

ଭାରତ-ଚୀନ୍ ଉତ୍ତେଜନା ପ୍ରସଙ୍ଗ, ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

BJD

ନୂଆଦିଲ୍ଲୀ, ୧୭ା୬: ଲଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ଏହି ମାମଲାରେ ସର୍ବଦଳୀୟ ବୈଠକ ଡ଼ାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ଜୁନ ୧୯ ତାରିଖ ଅପରାହ୍ନ ୫ଟାରେ ଏହି ସର୍ବଦଳୀୟ ବୈଠକ ବସିବା ନେଇ ସୂଚନା ରହିଛି । ସବୁ ଦଳର ନେତାଙ୍କ ସହ ଭର୍ଚୁଆଲ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଉଲ୍ଲେଖଯୋଗ୍ୟ ଯେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇ ଭାରତର ୨୩ ସେନା ସହିଦ ହେବା ସହ ଚୀନର ୪୩ସେନାଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ଆଜି ଭାରତ ଚୀନ୍ ଉତ୍ତେଜନା ପ୍ରସଙ୍ଗରେ ଚୀନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି ଯେ ଭାରତ ସହ ସ୍ଥିତି ସୁଧାରିବାକୁ ପ୍ରୟାସ ଚାଲିଛି । କୁଟନୈତିକ ଓ ସୈନ୍ୟସ୍ତରୀୟ ଆଲୋଚନା ଚାଲିଛି । ବର୍ତ୍ତମାନର ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ନେଇ ପ୍ରୟାସ ଜାରି ରହିଛି । ଏହାସହ ଆଗକୁ ଆଉ ମୁହାଁମୁହିଁ ହେବାକୁ ଚାହୁଁ ନାହୁଁ ବୋଲି ଚୀନ କହିଛି ।

Get real time updates directly on you device, subscribe now.