fbpx

ଜାଣନ୍ତୁ କିପରି ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ ଚୀନ ସେନା

ନୂଆଦିଲ୍ଲୀ, ୧୭ା୬: ଲଦ୍ଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । କିନ୍ତୁ କାହିଁକି ଓ କିପରି ଭାରତୀୟ ଯବାନଙ୍କ ଉପରେ ଚୀନ ସେନା ଆକ୍ରମଣ କରିଥିଲେ । ପ୍ରଥମେ ଗତ ସେମାବାର ଦିନ ରାତିରେ ଗଲୱାନ ଉପତ୍ୟକାରେ ଚୀନ ସେନାମାନେ ଭାରତୀୟ ଯବାନଙ୍କ ଉପରେ ଅତି ଭୟଙ୍କର ଭାବେ ଆକ୍ରମଣ କରିଥିଲେ । ଲୁହାରଡ଼ରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ ।

ସେହିପରି ଗତକାଲି ମଧ୍ୟ ଗୁଳି ର ବ୍ୟବହାର କରିନଥିଲେ ମଧ୍ୟ ଲୁହାରଡ, ପଥର ଫୋପାଡ଼ି ଚୀନ ସେନାମାନେ ଆକ୍ରମଣ କରିଥିଲେ । ଏଥିରେ ୨୩ଜଣ ଭାରତୀୟ ଯବାନ ସହିଦ ହୋଇସାରିଲେଣି । ଏହାସହ କେତେକ ଜୀବନ ବଞ୍ଚାଇବା ପାଇଁ ଗଲୱାନ ନଦୀକୁ ଡ଼େଇଁପଡ଼ିଥିଲେ । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସେନା ଚୀନର ଟେଣ୍ଟ (କୋଡ଼େନାମ- ପାଟ୍ରୋଲ ପଏଣ୍ଟ ୧୪) ହଟାଇବା ପରେ ଏହି ହିଂସାତ୍ମକ କାଣ୍ଡ ଘଟିଥିଲା । ଚୀନ ସେନାଙ୍କ କହିବା ଅନୁସାରେ ଭାରତୀୟ ସେନା ଦଳ ଦୁଇ ଦେଶର ମଧ୍ୟରେ ଥିବା ସୀମା ପାର କରି ସୀମା ପରିଚାଳନା ନିୟମକୁ ମଧ୍ୟ ଉଲ୍ଲଙ୍ଘନ କରିଥିଲେ । ଏହି ସଙ୍ଘର୍ଷରେ ଚୀନର ମଧ୍ୟ ବହୁ କ୍ଷୟକ୍ଷତି ଘଟିଛି । ଚୀନର ୪୩ ଜଣ ସେନାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.