ପରୀକ୍ଷା ପେ ଚର୍ଚ୍ଚା ପାଇଁ ଆରମ୍ଭ ହେଲା ପଞ୍ଜିକରଣ ପ୍ରକ୍ରିୟା, ଜାଣନ୍ତୁ ଏଥର କେଉଁଠି ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ ?
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା । ଏହାର ୮ମ ସଂସ୍କରଣ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଦେଶର ୨୮ ରାଜ୍ୟ ଏ ବଂ ୮ଟି କେନ୍ଦ୍ର ଶାସିତ ପ୍ରଦେଶର ଛାତ୍ରଛାତ୍ରୀ, ସେମାନଙ୍କ ମାତା ପିତା, ଅଭିଭାବକ ଏବଂ ଶିକ୍ଷକ ଅଂଶଗ୍ରହଣ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ mygov.in/ppc-2023କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୨.୯୨ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିପାଇଁ ପଞ୍ଜିକରଣ କରିସାରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦୀ ଆଗାମୀ ବୋର୍ଡ଼ ପରୀକ୍ଷା ଏବଂ ତତ୍ ସମ୍ବନ୍ଧୀୟ ବିଷୟ ଉପରେ ଅଭିଭାବକ ଏବଂ ଶିକ୍ଷକଙ୍କ ସହ ବାର୍ତ୍ତାଳାପ କରିବେ । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀ ସର୍ବାଧିକ ୫୦୦ ଅକ୍ଷରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଠାଇପାରିବେ ।
ପରୀକ୍ଷା ପେ ଚର୍ଚ୍ଚା ୨୦୨୫ରେ ୯ମ, ୧୦ମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ । ଏଥିପାଇଁ ଅନଲାଇନ୍ ସୃଜନଶୀଳ ଲେଖନୀ ଦ୍ୱାରା ସେମାନଙ୍କ ଚୟନ କରାଯିବ । ଏହା ସହ ପିପିସି ୨୦୨୪ ପ୍ରତିଯୋଗିତା ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ । ଆସନ୍ତା ବର୍ଷ ଜାନୁଆରୀରେ ନୂଆଦିଲ୍ଲୀ ସ୍ଥିତ ଭାତର ମଣ୍ଡପମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେନ୍ଦ୍ରୀୟ ଶିକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକ୍ରମର ତାରିଖ ସ୍ଥିର କରାଯିବ ।
‘ପରୀକ୍ଷା ପେ ଚର୍ଚ୍ଚା’ ୨୦୨୫ ପାଇଁ କିପରି କରିବେ ଆବେଦନ ?
– ପ୍ରଥମେ ଅଫିସିଆଲ ୱେବସାଇଟ୍ https://www.mygov.inକୁ ଯାଆନ୍ତୁ ।
– ହୋମ୍ପେଜରେ ପାର୍ଟିସିପେଟ୍ ନାଓ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
– ପେଜ୍ ଖୋଲିବା ପରେ ପୁନଃ ପାର୍ଟିସିପେଟ୍ ନାଓ ଉପରେ କ୍ଲିକ୍ କରନ୍ତୁ ।
– ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ନିର୍ଦ୍ଦିଷ୍ଟ ବର୍ଗ ଅନୁଯାୟୀ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଏବଂ ପଞ୍ଜିକରଣ ପ୍ରକ୍ରିୟା ଶେଷ କରନ୍ତୁ ।