ଭୁବନେଶ୍ୱର: ବଦଳିବ ରିଲିଫ କୋଡ । ରିଲିଫ ଏକ ଦୟାର ଶବ୍ଦ । ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ । ଅଧିକାର ଆଇନରେ ପରିଣତ ହେବ ରିଲିଫ କୋଡ । ଜାନୁଆରୀ ୧ରୁ ଜନଗଣନା ହେବା ନେଇ ସଂକେତ ଦେଲେ ରାଜସ୍ୱ ମନ୍ତ୍ରୀ । ରାଜସ୍ୱ ସେବାର କାମ କେତେ ଠିକ୍ ଭାବେ ଗରିବ ଲୋକଙ୍କ ପାଖରେ ପହଞ୍ଚିଛି ସେ ନେଇ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ । ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା ।
ଜାନୁଆରୀ ୧ରୁ ଜନଗଣନା କାମ ଆରମ୍ଭ ହେବ । ତେଣୁ ଯଥାଶୀଘ୍ର ସବୁ ପ୍ରସ୍ତାବ କାମ ଶେଷ କରି ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ପ୍ରମାଣ ପତ୍ର କାହିଁକି ବିଳମ୍ବ ହେଉଛି, ତାକୁ ସରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । Uncontested କେସ କାହିଁକି ବିଳମ୍ବ ହେଉଛି । ପେଣ୍ଡିଙ୍ଗ କେସ ଯେମିତି ରହିବ ନାହିଁ, ତାହା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୩୧ ସୁଦ୍ଧା ଚୁଡାନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ।
ଲୋକଙ୍କୁ ସେବା ଯୋଗାଇବାରେ କୌଣସି ବାହାନାକୁ ବରଦାସ୍ତ କରାଯିବନାହିଁ । ଯଦି କୌଣସି ସମସ୍ୟା ହେଉଛି, ତେବେ ସେ ନେଇ ଜିଲ୍ଲାପାଳଙ୍କୁ ଜଣାଇବେ ଅଧିକାରୀ । ସଂଶୋଧିତ ହେବ ରାଜସ୍ୱ ଆଇନ । ରାଜସ୍ୱ ଆଇନ ସରଳୀକରଣ ପାଇଁ ନିଷ୍ପତି ନେଇଛି ବିଭାଗ । ଯେଉଁ ଆଇନ ଗୁଡିକର ପ୍ରାସଙ୍ଗିକତା ନାହିଁ ସେଗୁଡିକ ରଦ୍ଦ ହେବ । ଯେଉଁଠି ସଂଶୋଧନ ଆବଶ୍ୟକତା ଅଛି, ସେହି ଆଇନ ସଂଶୋଧନ ହେବ ।