fbpx

ବର୍ଷା ଦିନରେ ବଢିଥାଏ ଡେଙ୍ଗୁର ବିପଦ : ଜାଣିନିଅନ୍ତୁ ଏହାର ଲକ୍ଷଣ ଓ ମୁକ୍ତିର ଉପାୟ

Advertisement

ନୂଆଦିଲ୍ଲୀ : ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଗଲାଣି ଏବଂ ଏହା ସହିତ ମଶା ଯୋଗୁଁ ବିପଦ ମଧ୍ୟ ବଢିଯାଏ । ସ୍ଥିର ଜଳ କାରଣରୁ ମଶାମାନଙ୍କ ପାଇଁ ଏକ ପ୍ରଜନନ ସ୍ଥାନ ହୋଇଯାଏ, ଯାହାଫଳରେ ଡେଙ୍ଗୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ସଂକ୍ରମିତ ଏଡିସ୍ ମଶା ମାଧ୍ୟମରେ ଏହା ମଣିଷଙ୍କ ପାଖରେ ସଂକ୍ରମିତ ହୁଏ । ସାରା ଦୁନିଆରେ ଲକ୍ଷ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଥାନ୍ତି, ଯାହାଦ୍ୱାରା ପିଲାମାନେ ମଧ୍ୟ ଅସୁରକ୍ଷିତ ଅଛନ୍ତି ।

ଡେଙ୍ଗୁର ଲକ୍ଷଣ :

ଏହି ରୋଗରେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଠୁଗଣ୍ଠି ଓ ମାଂସପେଶୀରେ ପୀଡା ଏବଂ ହାଲିଆ ଅନୁଭବ ହୋଇଥିବା ବେଳେ କିଛି ମାମଲାରେ ଏହା ବହୁତ ଗମ୍ଭୀର ଥାଏ । ଯାହାକୁ ଡେଙ୍ଗୁ ରକ୍ତସ୍ରାବୀ ଜ୍ୱର ଭାବରେ ଜଣାଯାଏ । ଏଥିରେ ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଥାଏ ।

୧. ମଶାର ପ୍ରଜନନ କ୍ଷେତ୍ରକୁ ଦୁରେଇ ରଖନ୍ତୁ : ଡେଙ୍ଗୁ ର ମୂଳ ଉତ୍ସ ହେଉଛି ଏଡିସ୍ ମଶା, ଏମାନେ ସ୍ଥିର ପାଣିରେ ବଢି଼ଥାନ୍ତି । ଆପଣଙ୍କ ଘରେ ମଶା ପ୍ରଜନନ ହେବାର ଆଶଙ୍କା ହ୍ରାସ କରିବାକୁ ହେଲେ ଅଟକି ରହିଥିବା ପାଣିଠାରୁ ଦୂରେଇ ରୁହନ୍ତୁ । ଯଦି ଘରେ କୌଣସି ସ୍ଥାନରେ ପାଣି ଜମା ହୋଇ ରହିଛି, ତେବେ ପାଣିକୁ ତୁରନ୍ତ ସଫା କରନ୍ତୁ ।

୨. କୀଟ ନାଶକର ପ୍ରୟୋଗ କରନ୍ତୁ : ତ୍ୱଚାକୁ ମଶା ନକାମୁଡ଼ିବ ପାଇଁ ଆପଣ ମୁହଁରେ କ୍ରିମ ଲଗାନ୍ତୁ । ଏହା କରିବା ଦ୍ୱାରା ମଶା କାମୁଡ଼ିବାର ସମ୍ଭାବନା କମ ହୋଇଥାଏ । ଯଦି ଆପଣଙ୍କ ଅଞ୍ଚଳରେ ମଶା ବହୁତ ଥାଏ ତେବେ ଏଥିରୁ ବଞ୍ଚି ରହିବା ପାଇଁ କ୍ରିମର ବ୍ୟବହାର କରି ପାରିବେ ।

୩. କବାଟ ଓ ଝରକା ବନ୍ଦ ରଖନ୍ତୁ : ମଶାକୁ ଘର ଭିତରକୁ ଆସିବାରୁ ଅଟକାଇବା ପାଇଁ ଘରର ସମସ୍ତ ଝରକା ଏବଂ କବାଟ ବନ୍ଦ କରି ରଖନ୍ତୁ । ଏହା ସହିତ ମଶାଜାଲର ବ୍ୟବହାର କରନ୍ତୁ । ମଶାଠାରୁ ବଞ୍ଚିବା ପାଇଁ ଏହା ଉତ୍ତମ ଉପାୟ ଅଟେ ।

୪. ବାହରକୁ ଯାଆନ୍ତୁ ନାହିଁ : ସନ୍ଧ୍ୟା ସମୟରେ ମଶାମାନଙ୍କ ଶକ୍ତି ବଢିଯାଇଥାଏ, ତେବେ ବାହାରକୁ ବା ଏପରି ସ୍ଥାନକୁ ଯାଆନ୍ତୁ ନାହିଁ । ଯେଉଁଠାରେ କି ଅତ୍ୟଧିକ ପାଣି ଜମା ହୋଇ ରହିଥାଏ । ଯଦି ଯିବା ଅତ୍ୟନ୍ତ ଜରୁରୀ ତେବେ ଆପଣଙ୍କ ଶରୀରକୁ ସଂପୂର୍ଣ୍ଣ ଘେଡେଇ ହେବା ଭଳୀ କପଡ଼ା ପିନ୍ଧନ୍ତୁ ।

Get real time updates directly on you device, subscribe now.