fbpx

ଭଙ୍ଗାଯିବ ସେହି ସ୍କୁଲ ଘର, ଯେଉଁଠାରେ ରଖାଯାଇଥିଲା ଶବ !

ଭୁବନେଶ୍ୱର : ଏବେ ଭଙ୍ଗାଯିବ ସେହି ସ୍କୁଲ ଘର ଯେଉଁଠାରେ ରଖାଯାଇଥିଲା ମୃତଦେହ । ବାହାନଗା ନୋଡାଲ ସ୍କୁଲ ଭଙ୍ଗାଯାଇପାରେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସ୍କୁଲ ପରିଚାଳନା କିମିଟି ଚାହିଁଲେ ସ୍କୁଲ ଭଙ୍ଗାଯିବ ଜିଲ୍ଲାପାଳର କହିଛନ୍ତି ।

ସ୍କୁଲ ଭଙ୍ଗାଯିବାର କାରଣ ସେଠାରେ ଏବେ ଭୂତ ବାସ କରୁଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ରାତି ପ୍ରାୟ ୧୨ଟା ହେଲେ ସ୍କୁଲ ଘରୁ ଶୁଭୁଛି ବିକଟାଳ ଚିତ୍କାର । ସେଠାକୁ ଯାଇ ଦେଖିଲେ କେହି କୁଆଡେ ନାହଁନ୍ତି । ଏହାକୁ ନେଇ ଏବେ ସ୍ଥାନୀୟ ଲୋକ ଏବେ ଭୟବୀତ ଅବସ୍ଥାରେ ରହିଛନ୍ତି । ରାତି ପ୍ରାୟ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଏଭଳି ଚିତ୍କାର ଶୁଭୁଛି ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି ।

ଏସବୁ ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ମଧ୍ୟ ଡରୁଛନ୍ତି ସ୍କୁଲକୁ ଯିବାକୁ । ସ୍କୁଲ ଘରେ ହୋମ ଯଜ୍ଞ କରିବାକୁ ମଧ୍ୟ କିଛି ଲୋକ ମତ ରଖିଥିଲେ । ଯାହା ଦ୍ୱାରା ଭୂତ ପ୍ରେତ ଆଦି ଡର ଏଡାଇ ଦିଆଯାଇପାରିବ । କିନ୍ତୁ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଆଜି ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ଏଭଳି ସୂଚନା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.