fbpx
BSKY
BJD MS SKY
BJD YOUTH SKY

ଶତଚେଷ୍ଟା ପରେ ବି ବଞ୍ଚିଲାନି ଜୀବନ, ଶେଷରେ ଆଖି ବୁଜିଲା ଦନ୍ତା

ଅନୁଗୁଳ: ଆମ ସମାଜରୁ ଧିରେ ଧିରେ ଜିବଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି । କିଏ ଜଙ୍ଗଲରେ ଶିକାର ହେବା କାରଣରୁ ମରୁଛି ତ କାହାର ଶରୀରର ଅସୁସ୍ଥତା କାରଣରୁ ମୃତ୍ୟୁ ଘଟୁଛି । ସେହିପରି ଏକ ଖବର ସାମ୍ନାକୁ ଆସିଛି । ଅନୁଗୁଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଗୁରୋଲି ଗ୍ରାମର ଜଙ୍ଗଲରେ ଗୋଟିଏ ଦନ୍ତାର ମୃତ୍ୟୁ ଘଟିଛି ।

ପ୍ରାୟ ଦୁଇ ଦିନ ଧରି ବନ ବିଭାଗର କର୍ମଚାରୀ ଓ ଡ଼ାକ୍ତରୀ ଦଳ ଅବିଶ୍ରାନ୍ତ ହୋଇ ଦିନରାତି ଏକ କରି ଚିକିତ୍ସା କରିଥିଲେ । ଯଥାସମ୍ଭବ ଦନ୍ତାର ସେବା ଯତ୍ନ କରିଥିଲେ । ଏହା ପରେ ଗତକାଲି ସନ୍ଧ୍ୟାରେ ହାତୀଟି ସୁସ୍ଥ ଅନୁଭବ କରିଥିବାରୁ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା । ଏହାକୁ ଦେଖି ବନବିଭାଗ କର୍ମଚାରୀ ଏବଂ ଡାକ୍ତର ଦଳ ଖୁସି ହୋଇଥିଲେ । କିନ୍ତୁ ଦୁଃଖର ବିଷୟ ଯେ ଆଜି ସକାଳୁ ଜଙ୍ଗଲରୁ ଦନ୍ତା ହାତୀଟିର ମୃତଦେହ ଉଦ୍ଧାର ହୋଇଛି ।

ଏହାକୁ ଦେଖିଲା ପରେ ବନକର୍ମଚାରୀଙ୍କ ପରିଶ୍ରମ ବୃଥା ଯାଇଥିଲା ବୋଲି ସେମାନେ ଅନୁଭବ କରିଥିଲେ । ଏପର୍ଯ୍ୟନ୍ତ ଦନ୍ତା ମୃତ୍ୟୁର କୌଣସି ସଠିକ କାରଣ ଜଣାପଡି ନାହିଁ । ତେବେ ଦନ୍ତାର ମୃତଦେହକୁ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.