fbpx

ବାଜିଗରରେ ପାଦଥାପି, ଧଡକନରେ ହେଲେ ହିଟ, ଜାଣନ୍ତୁ ଶିଳ୍ପା ସେଠୀ କିପରି ହେଲେ ଫେମସ

ମୁମ୍ବାଇ : ଫିଲ୍ମ ଜଗତରେ ଯେତେବେଳେ ଫିଟନେସର କଥା ଆସେ ସେତେବେଳେ ଶିଳ୍ପା ସେଠୀର ନାମ ପ୍ରଥମେ ଆସିଥାଏ । ୧୭ ବର୍ଷ ବୟସରେ ସେ ଫିଲ୍ମ ଦୁନିଆରେ ପାଦ ରଖି ଥିଲେ । ଖୁବ ଶୀଘ୍ର ସେ ଏତେ ଗ୍ଲାମରସ ଏବଂ ଫିଟନେସ ଫ୍ରାକ ହୋଇଗଲେ ଯେ ଲୋକମାନେ ଏବ ଯାଏଁ ତାଙ୍କୁ ପ୍ରଶଂସା କରୁଛନ୍ତି । ସେ କେବଳ ଅଭିନେତ୍ରୀ ଭାବେ ନୁହେଁ , ଜଣେ ସଫଳ ମହିଳା ବ୍ୟବସାୟୀ ସହ ଫିଟନେସ୍ ସେଲିବ୍ରେଟି ଭାବରେ ଜଣାଶୁଣା ।

ଆଜି ସେ ୪୮ ତମ ଜନ୍ମ ବାର୍ଷିକ ପାଳନ କରୁଛନ୍ତି । ଶିଳ୍ପା ଯୋଗ କରୁଥିବା ସମୟରେ ନିଜର ଭିଡିଓ ଏବଂ ଫୋଟକୁ ଶେୟାର କରି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେହି ଫଟୋ ଓ ଭିଡିଓ ତାଙ୍କ ଫ୍ୟାନ୍ସମାନଙ୍କୁ ଉତ୍ସାହିତ କରେ । ଏହା ସହିତ ତାଙ୍କର ମୁମ୍ବାଇରେ ନିଜର ଏକ ରେଷ୍ଟୁରାଣ୍ଡ ରହିଛି ଏବଂ ନିଜର ଏକ ୟୁଟୁବ ଫୁଡ ଚ୍ୟାନାଲ ମଧ୍ୟ ଚଲାଉଛନ୍ତି । ଏହାକୁ ନେଇ ଲୋକ ମଧ୍ୟ ବହୁତ ପ୍ରଶଂସା କରୁଛନ୍ତି ।

 ଶିଳ୍ପା ସେଠୀ ନିଜ କ୍ୟାରିୟରର ଆରମ୍ଭ “ବାଜିଗର’ ଫିଲ୍ମ ରୁ କରିଥିଲେ । ଏହି ଫିଲ୍ମରେ ସେ ପ୍ରଥମ କରି ନିଜର କଳାର ପ୍ରଦର୍ଶନ କରିଥିଲେ ।ଏହି ପରି ମନଛୁଆଁ ଅଭିନୟରେ ସେ ଲୋକଙ୍କ ମନକୁ କିଣି ନେଇଥିଲେ । ଏହି ଫିଲ୍ମରେ ତାଙ୍କ ସହ ସାହାରୁଖ ଏବଂ କାଜଲ ଲିଡ ରୋଲରେ ରହିଥିଲେ । ଏହା ପରେ ତାଙ୍କର ଅନେକ ଫିଲ୍ମ ରଲିଜ୍ ହୋଇଥିଲା ସତ କିନ୍ତୁ ସେତେଟା ସଫଳତା ଆଣି ଦେଇନଥିଲା । ୨୦୦୦ ମସିହାରେ ରିଲିଜ ହେଇଥିବା ଅଭିନେତା ଅକ୍ଷୟ କୁମାରଙ୍କ ସହିତ “ଧଡକନ’ ଫିଲ୍ମ ତାଙ୍କୁ ବଲିଉଡ ଜଗତର ଷ୍ଟାର ବନେଇ ଦେଇଥିଲା । ଏହି ଫିଲ୍ମର କାହାଣୀ, କ୍ଲାଇମେକ୍ସ, ଆକ୍ଟିଙ୍ଗ ଏବଂ ସୁନ୍ଦରତାର ଯାଦୁରେ ରାତା ରାତି ସେ ଷ୍ଟାର ହୋଇଥିଲେ । ଏହା ପରଠାରୁ ସେ କେବେ ବି ପଛକୁ ଫେରିି ଚାହିଁ ନାହାନ୍ତି ।

Get real time updates directly on you device, subscribe now.