fbpx

କ୍ରିକେଟ ଜଗତରେ ଶୋକର ଛାୟା, ଆଖି ବୁଜିଲେ ଚମ୍ପିଆନ୍ ଦଳର ଭେଟେରାନ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟ ଜଗତକୁ ନେଇ ଆସିଛି ଏକ ଦୁଃଖଦ ଖବର । ଚମ୍ପିଆନ୍ ଦଳ ଅଷ୍ଟ୍ରେଲିଆର ଜଣେ ଷ୍ଟାର କ୍ରିକେଟରଙ୍କ ନିଧନ ବର୍ତ୍ତମାନ କ୍ରିକେଟ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଅଷ୍ଟ୍ରେଲିଆ ତଥା ନ୍ୟୁ ସାଉଥ ୱେଲ୍ସର ପୂର୍ବତନ ଫାଷ୍ଟ ବୋଲର ଫ୍ରାଙ୍କ ମିଶନ୍ ୮୫ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ମାତ୍ର ୨୦ ବର୍ଷ ବୟସରେ ଘରେ।।ଇ କ୍ରିକେଟରେ ଡେବ୍ୟୁ କରିଥିବା ବେଳେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିପାରିଥିଲେ ସେ । କିନ୍ତୁ ଆଜି ଅଷ୍ଟ୍ରେଲିଆର ଏହି ଭେଟେରାନ୍ କ୍ରିକେଟରଙ୍କୁ ହରାଇଛି ଅଷ୍ଟ୍ରେଲିଆ କ୍ରିକେଟ ।

ଫ୍ରାଙ୍କ ମିଶନ୍ ୨୦ ବର୍ଷ ବୟସରେ ଫାଷ୍ଟ କ୍ଲାସ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ୧୯୫୮-୫୯ରେ ନ୍ୟୁ ସାଉଥ ୱେଲ୍ସ ପାଇଁ ପ୍ରଥମ ସିଜନର ପ୍ରଥମ ମ୍ୟାଚରେ ୬ଟି ୱିକେଟ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଏହି ପ୍ରଦର୍ଶନ ବଳରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ(୧୯୬୦-୬୧)ରେ ସୁଯୋଗ ପାଇଥିଲେ । ତେବେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ ପରେ ମଧ୍ୟ ଏଲଚିସ ଆଘାତ ଯୋଗୁଁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଆକ୍ଟିଭ ରହି ପାରିନଥିଲେ । ମେଲବର୍ଣ୍ଣରେ ୱେଷ୍ଟଇଣ୍ଡିଜ ବିକ୍ଷ ଦ୍ୱିତୀୟ ଟେଷ୍ଟରେ ଇଣ୍ଟରନେସନାଲ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ ସେ । ଏହି ମ୍ୟାଚରେ ସେ ୨ଟି ସଫଳତା ପାଇଥିଲେ ।

ଏହାପରେ ସେ ଇଂଲଣ୍ଡ ବିପକ୍ଷ ୧୯୬୧ ଆସେଜ ସିରିଜରେ ମଧ୍ୟ ଦଳରେ ସ୍ଥାନ ପାଇଥିଲେ । ଆସେଜ୍ ସିରିଜ ସମୟରେ ୨ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ଏହାପରେ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ି ଯାଇଥିଲା । ଅକିଲିଜ୍ ଆଘାତ ପାଇଁ ତାଙ୍କୁ ସିରିଜରୁ ବାଦ୍ ଦିଆ ଯାଇଥିଲା । ତେବେ ଏହି ଆଘାତ ସମସ୍ୟା ତାଙ୍କୁ ଆସେଜ୍ ସିରିଜ ସହ ଇଣ୍ଟରନେସନାଲ କ୍ରିକେଟରୁ ମଧ୍ୟ ଦୂରେଇ ଦେଇଥିଲା । ତେବେ ଆଜି ୮୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଅଷ୍ଟ୍ରେଲିଆ କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଖବର ।

Get real time updates directly on you device, subscribe now.