fbpx
BSKY
BJD MC SKY
BJD YOUTH SKY

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା; ଆପୋଲ ହସ୍ପିଟାଲରେ ପହଞ୍ଚିଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ମଧ୍ୟାନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ବେଳେ ବର୍ତ୍ତମାନ ଆପୋଲୋ ରେ ତାଙ୍କର ଅସ୍ତ୍ରୋପଚାର ଚାଲିଛି । ଏହାରି ମଧ୍ୟରେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଦଳର ବିଭିନ୍ନ କର୍ମୀମାନେ ହସ୍ପିଟାଲରେ ପହଞ୍ଚିଛନ୍ତି । ଏଥିସହିତ ରାଜ୍ୟପାଳ ପ୍ରଫେଶର ଗଣେଶି ଲାଲ୍ ମଧ୍ୟ ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ପହଞ୍ଚିଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ସର୍ବୋତ୍ତମ ଚିକିତ୍ସା ପାଇଁ ନିଦ୍ଦେର୍ଶ ଦେଇଛନ୍ତି ଏବଂ ମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ବର୍ତ୍ତମାନ ତାଙ୍କର ଅସ୍ତ୍ରୋପଚାର ଚାଲିଛି । ଯେଉଁଥିରେ ୫ ଜଣିଆ ଡାକ୍ତରୀ ଦଳ ସମେତ ଏସସିବିର ବରିଷ୍ଠ ଡାକ୍ତର ଏବଂ କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ଡାକ୍ତର ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଗୁଳିମାଡ ପରେ ଅଧିକ ବ୍ଲଡ ଲସ୍ ହୋଇଥିବାକୁ ନବ ଦାସଙ୍କ ସ୍ୱାସ୍ଥବ୍ୟସ୍ଥା ଗୁରୁତର ହୋଇ ପଡିଥିବା ଡାକ୍ତରୀ ଦଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.