fbpx

ଦିବ୍ୟାଙ୍ଗ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇପାରିବ ନାହିଁ; ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ

ନୂଆଦିଲ୍ଲୀ: “ମୋଦି ଜୀ କହିଛନ୍ତି ଯେ ତାଙ୍କୁ ବିକଳାଙ୍ଗ କୁହନ୍ତୁ ନାହିଁ, ଦିବ୍ୟାଙ୍ଗ କୁହନ୍ତୁ, ତେଣୁ ଆଜି ଏହା ଏକ ଦିବ୍ୟାଙ୍ଗ ମନ୍ଦିର । ଆଉ ଏହି ଦିବ୍ୟାଙ୍ଗ ମନ୍ଦିରରେ କିପରି ପୂର୍ଣ୍ଣାଙ୍ଗ ଭଗବାନଙ୍କୁ ପ୍ରତିଷ୍ଠା କରିପାରିବେ । ପ୍ରଧାନମନ୍ତ୍ରୀ ମୋଦି ତିନି ଥର ଧର୍ମନିରପେକ୍ଷତାର ଶପଥ ନେଇଛନ୍ତି। ତେଣୁ କୌଣସି ଧାର୍ମିକ କାର୍ଯ୍ୟରେ ସେମାନଙ୍କର ସିଧାସଳଖ ଅଧିକାର ନାହିଁ।

ଯଦି ସେମାନେ ବିବାହିତ ହୁଅନ୍ତି, ତେବେ ସେମାନଙ୍କୁ ପତ୍ନୀଙ୍କ ସହ ବସିବାକୁ ପଡ଼ିଥାଏ। କୌଣସି ବିବାହିତ ପୁରୁଷ ନିଜ ପତ୍ନୀଙ୍କୁ ନେଇ କୌଣସି ଧାର୍ମିକ କାର୍ଯ୍ୟ ପାଇଁ ହକ୍ଦାର ହୋଇପାରିବେ ନାହିଁ। ଯଦି ମନ୍ଦିରରେ ବିନା ଶିଖର ଓ ପତାକାରେ ମୂର୍ତ୍ତି ପୂଜା କରାଯାଏ, ତେବେ ସେହି ମୂର୍ତ୍ତି ରାମଙ୍କ ଠାରେ ଦେଖାଯିବ, କିନ୍ତୁ ଭିତରେ ଏକ ଅସୁର ରହିବ। ରାକ୍ଷସ ଶକ୍ତି ଆସି ସେଥିରେ ବସିବ।”

ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାରାଜ ଜାନୁଆରି ୧୬ ତାରିଖରେ ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଏପରି କହିଛନ୍ତି। ଏହି ସାକ୍ଷାତକାରରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କେବଳ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇନାହାନ୍ତି ବରଂ ସୋସିଆଲ ମିଡିଆରେ ଲଗାତାର ପଚରାଯାଉଥିବା ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଥମ ଥର ପାଇଁ ଦେଇଛନ୍ତି ।

 

Get real time updates directly on you device, subscribe now.