fbpx

କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ୭ ଲୋକସଭା ସାଂସଦଙ୍କୁ ଆଜି ବାଚସ୍ପତି ଓମ ବିର୍ଲା ନିଲମ୍ବିତ କରିଛନ୍ତି । ଚଳିତ ଲୋକସଭାର ବେଜଟ୍ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ । ନିଲମ୍ବିତ ହୋଇଥିବା ୭ କଂଗ୍ରେସ ସାଂସଦ ହେଉଛନ୍ତି- ଗୌରବ ଗୋଗୋଇ, ଗୁରଜିତ ସିଂ, ଟିନ୍ ପ୍ରାଥପନ୍, ଡିନ୍ କୁରିଅକୋଶ, ଆର ଅନ୍ନିତାନ୍, ମାଣିକମ୍ ଟାଗୋର, ବେନି ବେହାନନ୍ । ଲୋକସଭାରେ ହଙ୍ଗାମା କରୁଥିବା କାରଣରୁ ବାଚସ୍ପତି ୭ ସାଂସଦଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ସାଂସଦମାନେ ଦିଲ୍ଲୀ ହିଂସାକୁ ନେଇ ଚର୍ଚ୍ଚା କରିବା ସହ ଗୃହରେ ହଙ୍ଗାମା କରିଥିଲେ ।

Get real time updates directly on you device, subscribe now.