ପୁରୀ ଶରଧାବାଲି ଦଳାଚକଟା, ମୃତ ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା

ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର।

ପୁରୀ: ପୁରୀ ଶରଧାବାଲି ଅଘଟଣ ପରେ ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ। ପୁରୀର ଏସପି ଓ ଜିଲ୍ଲାପାଳଙ୍କୁ ବଦଳି କରି ନୂଆ ଏସପି ଓ ଜାଲ୍ଲାପାଳଙ୍କୁ ଦାୟିତ୍ୱ ଦେଲେ। ଏହାସହ ମୃତ ପରିବାର ଲୋକଙ୍କ ପାଇଁ ଅନୁକମ୍ପା ରାଶି ମଧ୍ୟ ଘୋଷଣା କଲେ।

ମୃତ ପରିବାର ଲୋକଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା।  ମୃତ ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା ହୋଇଛି। ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର।