fbpx

ଲଗାଣ ବର୍ଷାରେ ବଢୁଛି ଜଳସ୍ରୋତ : ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ : ହାଇଦ୍ରାବାଦରେ ପ୍ରବଳ ବର୍ଷା । ବର୍ଷା ପ୍ରଭାବରେ ବିଦ୍ୟାଳୟ ସବୁ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀନିବାସ ରେଡ୍ଡୀ । ଶିଶୁଙ୍କ ସୂରକ୍ଷା ପାଇଁ ଜିଲ୍ଲାପାଳ ଏହି ଘୋଷଣା କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା ଯାଗୁଁ ବର୍ଷା ହେଉଥିବା ସ୍ଥାନ ଗୁଡିକରେ ପିଲାଙ୍କ ସୁରକ୍ଷା ଦୃଷ୍ଟିକୁ ନଜର ରଖିବା ପାଇଁ ଏଭଳି ଘୋଷଣା କରିଛନ୍ତି ।

ଲଘୁଚାପ ଯୋଗୁଁ ତେଲଙ୍ଗାନାରେ ପାଗ ଖରାପ ରହିବା ସହ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁ ଗଲାଣି ୨୭ ଜଣଙ୍କ ଜୀବନ । ତେଲେଙ୍ଗାନରେ ୧୫ ଓ ଆନ୍ଧ୍ରରେ ୧୨ ଜଣଙ୍କ ଜୀବନ ଯାଇଛି । ଜୀବନ ହାନୀ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି ।

କ୍ରିଷ୍ଣା ଓ ଗୁଣ୍ଟୁର ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଛି । ରାଜ୍ୟରେ ବନ୍ୟାସ୍ଥିତି ନେଇ ସମୀକ୍ଷା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରାବାବୁ ନାଇଡୁ। ବିଭିନ୍ନ ସ୍ଥାନରେ ରେସ୍କୁଓ ରିଲିଫ ଅପରେସନ ତ୍ୱରାନ୍ଵିତ କରିବା ଲାଗି ସେ ଦେଇଛନ୍ତି ନିର୍ଦ୍ଦେଶ । ବିଦ୍ୟୁତ, ପାଣି ଓ ଟେଲିଯୋଗାଯୋଗ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଟ୍ରେନ ଚଳାଚଳ ବି ପ୍ରଭାବିତ ହୋଇଛି । ସେହିପରି ବିଜୟୱାଡାର ରାମକ୍ରିଷ୍ଣ ପୁରମ୍ ଅଞ୍ଚଳ ଓ ଗୁଣ୍ଟୁର ଭୀଷଣ ଭାବରେ ଜଳବନ୍ଦୀ ହୋଇଛି । ରାସ୍ତାରେ ଭାସୁଛି ବାଇକ୍, ଅଟୋ, କାର୍ । ଟ୍ରକ୍ ବି ବୁଡ଼ିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୋଟ୍ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ତେଲେଙ୍ଗାନାରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖମାମ ଜିଲ୍ଲା ।

ସ୍ଥିତି ଆକଳନ ପାଇଁ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏ.ରେୱନ୍ତ ରେଡ୍ଡୀ ଓ ଚନ୍ଦ୍ରବାବୁ ନାଇଡୁ ଜରୁରୀକାଳୀନ ବୈଠକ ଡାକିଥିଲେ । ସ୍ଥିତି ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ଏଥିସହ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ପଠାଯିବ ବୋଲି ଆଶ୍ୱସନା ଦେଇଛନ୍ତି ।

Get real time updates directly on you device, subscribe now.