fbpx
BSKY
BJD MC SKY
BJD YOUTH SKY

ରାଜ୍ୟ ସରକାର ବଢାଇଲେ ଇଲେକ୍ଟ୍ରିକ ଗାଡି କିଣିବାର ପ୍ରୋତ୍ସାହନ ରାଶି: ଏବେ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର: ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଇଲେକ୍ଟ୍ରିକ ଯାନକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ଭବିଷ୍ୟତରେ ଏକ ସ୍ୱଚ୍ଛ ଏବଂ ପୋଷଣୀୟ ଓଡିଶା ଗଢି ତୋଳିବା ଲକ୍ଷ୍ୟରେ ଏହି ଗାଡି କିଣିବା ପାଇଁ ରାଜ୍ୟବାସୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି ସରକାର । ଇଲେକ୍ଟ୍ରିକ ଯାନର ନିର୍ମାତା, ଗ୍ରାହକଙ୍କ ସହିତ ଚାର୍ଜିଂ ସୁବିଦା ଇତ୍ୟାଦିକୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଓଡିଶା ରାଜ୍ୟ ଇଲେକ୍ଟ୍ରିକ ଯାନ ନୀତି ୨୦୨୧ ପ୍ରଣୟନ କରାଯାଇଛି । ଗତ ସେପ୍ଟେମ୍ବର ୨ ତାରିଖରୁ ରାଜ୍ୟ ସରକାର ଏହି ନୀତି ପ୍ରଣୟନ କରିଛନ୍ତି ।

ଆସନ୍ତା ୨୦୨୫ ଡିସେମ୍ବର ସୁଦ୍ଧା ରାଜ୍ୟରେ ଚାଲୁତିବା ସମୁଦାୟ ଯାନର ମୋଟ ୨୦% ଇଲେକ୍ଟ୍ରିକ ଯାନ କରିବା ପାଇଁ ଲକ୍ଷ୍ୟ ରକିଛନ୍ତି ରାଜ୍ୟ ସରକାର । ତେଣୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ଯାନ ପାଇଁ ପ୍ରୋତ୍ସାହନ ରାଶି ବାବଦକୁ ୫ ହଜାର ଟଙ୍କା ଦିଆ ଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ନୀତିରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଦୁଇ ଚକିଆ ଇଲେକ୍ଟ୍ରିକ ଗାଡି କିଣିବା ପାଇଁ ହେଲେ ପ୍ରୋତ୍ସାହନ ରାଶିକୁ ୫ ହଜାର ପରିବର୍ତ୍ତେ ୨୦ ହଜାର ଟଙ୍କା କରି ଦିଆଯାଇଛି । ସେହିପରି ତିନି ଚକିଆ ଯାନ ପାଇଁ ୧୦ ହଜାରରୁ ୩୦ ହଜାରକୁ ବୃଦ୍ଧି ହୋଇତିବା ବେଳେ ଚାରି ଚକିଆ ହାଲୁକା ଯାନ ପାଇଁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ଏହି ପ୍ରୋତ୍ସାହନ ରାଶି । ତେବେ ଏହି ନୀତି ଆସନ୍ତା ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଗାଡି କିଣି ସାରିଥିବା ଗ୍ରାହକ କ’ଣ କରିବେ?

ସୂଚନା ଅନୁସାରେ, ନୀତି ପ୍ରଣୟନ ହେବା ଦିନରୁ ଇଲେକ୍ଟ୍ରିକ ଯାନ କିଣିଥିବା ସମସ୍ତ ଗ୍ରାହକଙ୍କୁ ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶିର ସୁବିଦା ମିଳିପାରିବ । ଏଥିପାଇଁ ଫାଇଭ-ଟି ଉପକ୍ରମରେ କଟକସ୍ତିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକ ଇଲେକ୍ଟ୍ରିକ ଯାନ ପ୍ରକୋଷ୍ଠ ଖୋଲିବ । ଏହାବ୍ୟତୀତ କାର୍ଯ୍ୟାଳୟ ତରଫରୁ ଗ୍ରାହକମାନଙ୍କ ସୁବିଧା ପାଇଁ ୱେବସାଇଟ ଲଞ୍ଚ ହୋଇଛି । ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇ ପ୍ରୋତ୍ସାହନ ରାଶି ସିଧାସଳଖ ନିଜ ବ୍ୟାଙ୍କ ଆକାଉଣ୍ଟରେ ପାଇପାରିବେ ।

Get real time updates directly on you device, subscribe now.