fbpx

ଇତିହାସ ରଚିଲା ଓଡ଼ିଶା ଏଫ୍‌ସି: ପାଇଲା ଗ୍ରୁପ୍ ପର୍ଯ୍ୟାୟରେ ଖେଳିବାର ଏଏଫ୍‌ସି ଯୋଗ୍ୟତା

କେରଳ: ଇତିହାସ ରଚିଛି ଓଡ଼ିଶା ଏଫ୍‌ସି। ନିକଟରେ ସୁପର କପ ଜିତିଥିବା ବେଳେ ଏବେ ଅ୍ଧମ ଏକ ଐତିହାସିକ ସଫଳତା ହାସଲ କରିଛି । ଓଡ଼ିଶା ଏଫ୍‌ସି ଏବେ ଏସିଆନ୍ ଫୁଟବଲ କନଫେଡେରେସନ(ଏଏଫ୍‌ସି) ଗ୍ରୁପ୍ ପର୍ଯ୍ୟାୟରେ ପ୍ରବେଶ କରିଛି । ଚଳିତ ବର୍ଷ ଓଡ଼ିଶା ଭଲ ପ୍ରଦର୍ସନ ସହିତ ଏସିଆର ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୁଯୋଗ ପାଇଛି ।

ଏନିବାର କେରଳର କୋଝିକୋଡସ୍ଥିତ ଇଏମ୍‌ଏସ୍ କର୍ପୋରେସନ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ପ୍ଲେ-ଅଫ୍ ଲିଗ୍ ମୁକାବିଲାରେ ଦେଶର ଅନ୍ୟତମ ଶ୍ରେଷ୍ଠ ଫୁଟବଲ୍ ଲିଗ୍ ଅଇ-ଲିଗ୍ ବିଜେତା ଗୋକୁଳମ କେରଳକୁ ୩-୧ରେ ପରାସ୍ତ କରିଛି । ଏହି ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଛଣ୍‌ତି ବ୍ରାଜିଲ ଷ୍ଟ୍ରାଇକର ଡିଏଗୋ ମୌରିସଓ । ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ମୌରିସିଓ ସମସ୍ତ ତିନୋଟି ଜାକ ଗୋଲ୍ କରିଥିଲେ ।

ଓଡ଼ିଶା ଏଫ୍‌ସି ୧୮ ତମ ମିନିଟ୍‌ରେ ପ୍ରଥମ ଗୋଲ୍ କରିଥିବା ବେଳେ ୩୧ ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲା । ଏହାପରେ ୩୬ ତମ ମିନିଟ୍‌ରେ ଫରସାଦ ନୁର୍‌ଙ୍କ ଗୋଲ୍ ସ୍କୋର ସହିତ ଗୋକୁଳମ ଦଳ ପ୍ରତ୍ୟାବର୍ତ୍ତନ କରିଥିଲା । ତେବେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଓଡ଼ିଶା ଏଫ୍‌ସି ୨-୧ରେ ଆଗୁଆ ରହିଥିଲା ।

ଏହାପରେ ୫୩ତମ ମିନିଟ୍‌ରେ ମୌରିସିଓ ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରି ହାଟ୍ରିକ ଅର୍ଜନ କରିଥିଲେ । ଏହାପରେ ଶଷେ ମିନିଟ୍ ସୁଦ୍ଧା ଗୋକୁଳମ ଦଳ ଆଉ କୋଣସି ଗୋଲ୍ ସ୍କୋର କରି ପାରି ନଥିଲା । ଆଉ ଓଡ଼ିଶା ଦଳ ୩-୧ରେ ବିଜୟ ସହିତ ଇତିହାସ ସୃଷ୍ଟି କରିଛି ।

ନିକଟରେ ଓଡ଼ିଶା ଏଫ୍‌ସି ସୁପର କପ୍ ଫାଇନାଲରେ ବାଙ୍ଗାଲୋର ଏଫ୍‌ସିକୁ ୨-୧ରେ ହରାଇ ଚାମ୍ପିଅନ ହୋଇଥିଲା । ଏଥିରେ ମଧ୍ୟ ମୌରିସିଓ ଦଳ ପାଇଁ ଦୁଇଟି ଯାକ ଗୋଲ୍ ସ୍କୋର କରିଥିଲେ । ୨୦୧୪ ଗଠନ ହୋଇଥିବା ଓଡ଼ିଶା ଏଫ୍‌ସି ଦିର୍ଘ ଆଠ ବର୍ଷ ପରେ କୌଣସି ଟ୍ରଫି ଜିତିବାରେ ସଫଳ ହୋଇଥିଲା ।

 

Get real time updates directly on you device, subscribe now.