fbpx
BSKY
BJD MC SKY
BJD YOUTH SKY

ହିଣ୍ଡେନବର୍ଗ ରିପୋର୍ଟ ଉପରେ ତଦନ୍ତ ପାଇଁ ଅଧିକ ୬ ମାସ ସମୟ ମାଗିଲା SEBI

ନୂଆଦିଲ୍ଲୀ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଆଦାନୀ ଗ୍ରୁପରେ ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଭିଯୋଗର ଯାଞ୍ଚ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କଠାରୁ ୬ ମାସ ସମୟ ମାଗିଛି। ମାର୍କେଟ ନିୟାମକ SEBI କୋର୍ଟର ଯାଞ୍ଚ ପାଇଁ ସମୟସୀମା ବୃଦ୍ଧି କରିବାକୁ ଅନୁରୋଧ କରିଛି।

ଦୁଇ ମାସ ମଧ୍ୟରେ ମାମଲାର ତଦନ୍ତ ଶେଷ କରିବାକୁ ମାର୍ଚ୍ଚରେ ସୁପ୍ରିମକୋର୍ଟ SEBI କୁ କହିଥିଲେ। ଏହା ସହିତ କୋର୍ଟ ଭାରତୀୟ ନିବେଶକଙ୍କ ସୁରକ୍ଷା ପାଇଁ ଏକ କମିଟି ମଧ୍ୟ ଗଠନ କରିଥିଲେ।

ତେବେ ଏହି ମାମଲାରେ ଅନେକ ସମସ୍ୟା ଥିବା SEBI କହିଛି। ଆଦାନୀ ଗ୍ରୁପ୍‌ର ୧୨ ଟି ସନ୍ଦେହଜନକ କାରବାର ସମ୍ପର୍କିତ ଅନୁସନ୍ଧାନ ଅନେକ ବିଷୟ ଅତ୍ୟନ୍ତ ଜଟିଳ ଅଟେ। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ବିଭିନ୍ନ ଉତ୍ସରୁ ତଥ୍ୟ / ସୂଚନା ସଂଗ୍ରହ ସହିତ ବିସ୍ତୃତ ବିଶ୍ଳେଷଣ ଆବଶ୍ୟକ କରେ।

ଏହା ସହିତ ସେବି କହିଛି ଯେ, ଏହି କାରବାରର ଯାଞ୍ଚ ସମାପ୍ତ କରିବାକୁ ଆମେ ସାଧାରଣତ ଅତିକମରେ ୧୫ ମାସ ସମୟ ନେଇଥାଉ, କିନ୍ତୁ ଛଅ ମାସ ମଧ୍ୟରେ ଏହାକୁ ଶେଷ କରିବା ପାଇଁ ସମସ୍ତ ଯଥାର୍ଥ ଉଦ୍ୟମ କରୁଛୁ।

ସୂଚନାଯୋଗ୍ୟ ଆଦାନୀ ଗ୍ରୁପ୍ ର ସହାୟକ କମ୍ପାନୀ ସହିତ ସାତୋଟି ତାଲିକାଭୁକ୍ତ କମ୍ପାନୀ ମଧ୍ୟ ସ୍କାନରରେ ଅଛନ୍ତି। ଏହି କାରଣରୁ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍, ଆଦାନୀ ପାୱାର ଲିମିଟେଡ୍, ଆଦାନୀ ଟ୍ରାନ୍ସମିସନ୍ ଲିମିଟେଡ୍, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍, ଆଦାନୀ ବନ୍ଦର ଏବଂ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍, ଆଦାନୀ ୱିଲମାର ଏବଂ ଆଦାନୀ ଟୋଟାଲ୍ ଗ୍ୟାସ୍ ଆବଶ୍ୟକ ଡକ୍ୟୁମେଣ୍ଟ ଏବଂ ସୂଚନା ଦାଖଲ କରିବାକୁ କୁହାଯାଇଛି।

 

 

 

Get real time updates directly on you device, subscribe now.