fbpx

ପାରାଦୀପଠାରୁ ଦୂରଉଛି ବାତ୍ୟା କିନ୍ତୁ ଟଳିନି ଓଡ଼ିଶା ପ୍ରତି ବିପଦ !

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ପାରାଦୀପଠାରୁ ବର୍ତ୍ତମାନ ଧୀରେ ଧରେ ଦୂରଉଥିବା ସୂଚନା ମିଳିଛି । କିନ୍ତୁ ଓଡ଼ିଶା ପ୍ରତି ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । ଆଗାମୀ ୪ଘଣ୍ଟା ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି । ବର୍ତ୍ତମାନ ପାରାଦୀପଠାରୁ୧୪୦କିମି ଦୂରରେ ରହିଛି ବାତ୍ୟା । ଦୀଘାଠାରୁ ୧୨୫କିମି ଦୂରରେ ଅବସ୍ଥିତ ବାତ୍ୟା । ବାଙ୍ଗଲାଦେଶ ୨୭୫ କିମି ଦୂରରେ ରହିଛି ବାତ୍ୟା । ବାତ୍ୟା ଘଣ୍ଟାକୁ ୨୯କିମି ବେଗରେ ଗତି କରୁଛି । ଅନ୍ୟପଟେ ପାରାଦୀପରେ ସର୍ବାଧିକ ବର୍ଷା ୨୫୦.୫ ମିମି ହୋଇଥିବା ରେକର୍ଡ଼ ହୋଇଛି । ସେହିପରି ଚାନ୍ଦବାଲିରେ ୮୭୮ ମିମି, ଭୁବନେଶ୍ୱରରରେ ୭୧.୯ ମିମି, ବାଲେଶ୍ୱରରେ ୭୭.୩, ପୁରୀରେ ୧୧୧ମିମି ବର୍ଷା ହୋଇଥିବା ସୂଚନା ମିଳିଛି । ରାତି ୮ଟା ପରେ ବାତ୍ୟା ଅମ୍ଫନ ଦୀଘା ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.