fbpx

ଦେଶରେ ବଦଳିବ ଶିକ୍ଷାର ଢ଼ାଞ୍ଚା, ଜାଣନ୍ତୁ ନୂଆ ଢ଼ାଞ୍ଚା ସମ୍ପର୍କରେ

ନୂଆଦିଲ୍ଲୀ, ୨୯ା୭: ଶିକ୍ଷାନୀତିକୁ ନେଇ କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ ଏକ ପ୍ରେସମିଟ୍ କରିଛନ୍ତି । ସେ କହିଛନ୍ତି ଯେ ଉଚ୍ଚଶିକ୍ଷା ଓ ସ୍କୁଲ ଶିକ୍ଷାରେ ୨୭ଟି ପରିବର୍ତ୍ତନ ହୋଇଛି । ଉଚ୍ଚଶିକ୍ଷାରେ ୧୦ଟି ଓ ସ୍କୁଲ ଶିକ୍ଷାରେ ୧୭ଟି ପରିବର୍ତ୍ତନ କରାଯାଇଛି । ପୂର୍ବ ପ୍ରାଥମିକ ୩ରୁ ୬ବର୍ଷ ଶିଶୁଙ୍କ ପାଇଁ ଶିକ୍ଷାନୀତିରେ ପରିବର୍ତ୍ତନ କରାଯାଇଛି । ଏହାସହ ଉଚ୍ଚଶିକ୍ଷା ହେବ ମଲ୍ଟି ଡିସିପ୍ଲିନାରୀ, ଶିକ୍ଷାଦାନରେ କୋଡ଼ିଂକୁ ଗୁରୁତ୍ୱ ଦିଆଯାଇଛି । ଷଷ୍ଠ ଶ୍ରେଣୀରୁ ଭୋକେସନାଲ ଶିକ୍ଷା ଆରମ୍ଭ ହେବ । ସେହିପରି ୧୦ଦିନର ଇନଟର୍ଣ୍ଣ ସୁବିଧା ରହିବ । ଦୁଇ ପ୍ରକାରର ବୋର୍ଡ଼ ପରୀକ୍ଷା କରାଯିବ । ଗୋଟିଏ ହେଉଛି ଡ଼େସକ୍ରିପଟିଭ୍ ଓ ଅନ୍ୟଟି ଅବଜେକ୍ଟିଭ୍ ହେବ । ଛାତ୍ରଛାତ୍ରୀଙ୍କ ରିପୋର୍ଟ କାର୍ଡ଼ରେ ୩ପ୍ରକାରର ମୂଲ୍ୟାୟନ ରହିବ । ଅନ୍ୟପଟେ ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାମ ବଦଳି ଶିକ୍ଷା ମନ୍ତ୍ରାଳୟ ରଖାଯାଇଛି ।

Get real time updates directly on you device, subscribe now.