fbpx

ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ-ସ୍ୟାଟ୍‍ ଉଚ୍ଛେଦ ନିଷ୍ପତ୍ତିକୁ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ

ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‍) ଉଚ୍ଛେଦ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି । ଫଳରେ ଓଡ଼ିଶା ହାଇକୋର୍ଟ ଏ ସମ୍ପର୍କରେ ଦେଇଥିବା ରାୟ ସୁପ୍ରିମକୋର୍ଟରେ ବଳବତ୍ତର ରହିଛି । ସ୍ୟାଟ୍‍ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର
ସରକାରଙ୍କର ମତାମତ ଲୋଡାଯାଇଥିଲା । ସ୍ୟାଟ୍‍ ଉଚ୍ଛେଦକୁ ବିରୋଧକରି ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହାକୁ ବିଚାର କରି ହାଇକୋର୍ଟ ସ୍ୟାଟ୍‍ ଉଚ୍ଛେଦ ସପକ୍ଷରେ ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଠିକ୍‍ ବୋଲି ଦର୍ଶାଇଥିଲେ । ତେବେ ହାଇକୋର୍ଟର ରାୟ ବିରୁଦ୍ଧରେ ସ୍ୟାଟ୍‍ ବାର୍‍ ପକ୍ଷରୁ ସୁପ୍ରିମ୍‍କୋର୍ଟରେ ଏକ ମାମଲା ଦାଏର କରାଯାଇଥିଲା । ଆଜି ସୁପ୍ରିମ୍‍କୋର୍ଟ ଏହାର ଶୁଣାଣି କରି ହାଇକୋର୍ଟଙ୍କ ଆଦେଶକୁ କାଏମ୍‍ ରଖିଛନ୍ତି ।

୨୦୧୫ ମସିହା ସେପ୍ଟେମ୍ବର ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟ କର୍ମଚାରୀମାନଙ୍କୁ ଶୀଘ୍ର ନ୍ୟାୟ ଦେବା ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ହାସଲ ହୋଇପାରିବ ନାହିଁ ବୋଲି ଅନୁଭବ କରିବା ପରେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କ ଅନୁମତି ପାଇବା ପରେ ଟ୍ରିବ୍ୟୁନାଲକୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ରକୁ ଯାଇଥିଲେ । ୨ ଅଗଷ୍ଟ, ୨୦୧୯ ରେ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀ ଏବଂ ତାଲିମ ବିଭାଗ (ଡିଓପିଟି) ସ୍ୟାଟ୍‍ ରଦ୍ଦ ପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲେ । କେନ୍ଦ୍ର ସରକାର ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ଆକ୍ଟ ୧୯୮୫ ଏବଂ ଜେନେରାଲ୍ କ୍ଲଜ୍ ଆକ୍ଟର ଧାରା -୨୧ ଅନୁଯାୟୀ ସ୍ୟାଟ୍‍ ଉଚ୍ଛେଦ କରିଛନ୍ତି ।

 

Get real time updates directly on you device, subscribe now.