fbpx

ସୁପ୍ରିମକୋର୍ଟଙ୍କ କରୋନା ସର୍କୁଲାର

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । ଚାରିଆଡ଼େ ଲୋକମାନେ ଏହାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀମଣ୍ଡଳ ସୂଚନା ଦେଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୪ଜଣ ଭାରତୀୟ ଥିବା ବେଳେ ୧୭ଜଣ ବିଦେଶୀ ରହିଛନ୍ତି । କରୋନାକୁ ନେଇ ସର୍କୁଲାର ଜାରି କରିଛନ୍ତି ସୁପ୍ରିମକୋର୍ଟ । ମାର୍ଚ୍ଚ ୧୬ଠାରୁ କେବଳ ଜରୁରୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଶୁଣାଣିରେ କେବଳ ଓକିଲ ଓ ମାମଲା ସହ ସମ୍ପୃକ୍ତ ବ୍ୟକ୍ତି ଉପସ୍ଥିତ ରହିବେ । ଅନ୍ୟ ଲୋକ ସୁପ୍ରିମକୋର୍ଟ ପରିସରକୁ ଆସିବା ଉପରେ କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.