fbpx

କରୋନା ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ

ନୂଆଦିଲ୍ଲୀ,୧୩ ।୩: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅବଶିଷ୍ଟ ୨ଟି ମ୍ୟାଚକୁ ବାତିଲ କରାଯାଇଛି । କରୋନା ଭାଇରସର ବୃଦ୍ଧି ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନେଇଛି ବିସିସିଆଇ । ବିସିସିଆଇର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅବଶିଷ୍ଟ ୨ଟି ମ୍ୟାଚ୍ ଲଖନଉ ଓ କୋଲକାତାରେ ଅନୁଷ୍ଠିତ ହେବାକୁ ଥିଲା । ପୂର୍ବରୁ ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

ତେବେ ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । ଚାରିଆଡ଼େ ଲୋକମାନେ ଏହାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.