fbpx
BJD SKY
BJD SKY

ବର୍ଷା ପାଇଁ ବିଗିଡିଗଲା ବିଶ୍ୱକପର ପଏଣ୍ଟ ଟେବୁଲ: ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଟିମ ଇଣ୍ଡିଆ

BJD

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜାରି ରହିଛି ଟି-୨୦ ବିଶ୍ୱକପ-୨୦୨୨ । ଆଜି ଏହି ମ୍ୟାଚର ସୁପର ୧୨ରେ ଦିନିକିଆର ବିଶ୍ୱ ଚମ୍ପିଆନ ଇଂଲଣ୍ଡକୁ ମାତ ଦେଇ ବିଜୟ ହାସଲ କରିଛି ଆୟରଲାଣ୍ଡ । ପ୍ରଥମେ ଏହି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଦଳ ୱେଷ୍ଟଇଣ୍ଡିଜକୁ ହରାଇଥିବା ବେଳେ ଏବେ ଇଂଲଣ୍ଡକୁ ମଧ୍ୟ ପରାଜୟର ସ୍ୱାଦ ଚଖାଇଛି । ଡକୱର୍ଥ ଲୁଇସ ନିୟମ ଅନୁସାରେ ମ୍ୟାଚ ଉପରେ କବଜା କରିଛି ଆୟରଲାଣ୍ଡ । ତେବେ ଏହାପରେ ବିଶ୍ୱକପର ବଦଳି ଯାଇଛି ପଏଣ୍ଟ ଟେବୁଲର ସମୀକରଣ । ଆସନ୍ତୁ ଜାଣିବା କେଉଁ ଦଳ ଏବେ କେଉଁ ସ୍ଥାନରେ ରହିଛନ୍ତି ।

ବର୍ଷା ଯୋଗୁଁ ଇଂଲଣ୍ଡକୁ ୫ ରନରେ ପରାସ୍ତ କରିଛି ଆୟରଲାଣ୍ଡ । ଡକୱର୍ଥ ଲୁଇସ ନିୟମ ଅନୁସାରେ ଇଂଲଣ୍ଡ ୫ ରନରେ ପଛୁଆ ରହିଥିବାରୁ ଆୟରଲାଣ୍ଡ ବିଜୟ ମୁକୁଟ ପିନ୍ଧିଛି । ତେବେ ଆୟରଲାଣ୍ଡର ବିଜୟ ପରେ ଅଷ୍ଟ୍ରେଲିଆକୁ ବଡ ଫାଇଦା ହୋଇଛି । ଗ୍ରୁପର ୬ଟି ମ୍ୟାଚରୁ ୫ଟି ଟିମର ପଏଣ୍ଟ ଏବେ ୨ ଅଙ୍କରେ ପହଞ୍ଚିଛି । ଗ୍ରୁପ-୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟରଲାଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ଥିବା ବେଳେ ଗ୍ରୁପ-୨ରେ ଭାରତ, ବାଂଲାଦେଶ, ପାକିସ୍ତାନ, ସାଉଥ ଆଫ୍ରିକା, ନେଦରଲାଣ୍ଡ ଏବଂ ଜିମ୍ବାୱେର ଟିମ ରହିଛି ।

ତେବେ ଆଜିର ପଏଣ୍ଟ ଟେବୁଲ ଅନୁସାରେ, ଗ୍ରୁପ-୧ର ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ହାସଲ କରିଛି ନ୍ୟୁଜିଲାଣ୍ଡ । ୨ଟି ମ୍ୟାଚରେ ୩ ପଏଣ୍ଟ ସହ ଟେବୁଲ ଟପର ହୋଇଛି କିୱି ଟିମ । ଏହାପରେ ଶ୍ରୀଲଙ୍କା ଏବଂ ଇଂଲଣ୍ଡ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଆୟୋଜକ ଦଳ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିଛି । ଅନ୍ୟ ପକ୍ଷରେ ଗ୍ରୁପ-୨ର ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ବାଂଲାଦେଶ ହାସଲ କରିଛି । ରନରେଟ ଯୋଗୁଁ ପ୍ରଥମ ସ୍ଥାନ କବଜା କରିଛଇ ବାଂଲାଦେଶ । ସାଉଥ ଆଫ୍ରିକା ଏବଂ ଜିମ୍ବାୱେ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ତେବେ ଏହି ଦୁଇଟି ଗ୍ରୁପର ଶୀର୍ଷ ୨ଟି ଟିମ ସେମି ଫାଇନାଲ ପାଇଁ ଉନ୍ନୀତ ହେବେ ।

Get real time updates directly on you device, subscribe now.