fbpx
BJD SKY
BJD SKY

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ସମ୍ଭାବନା

BJD

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଏବଂ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଜଳବାୟୁରେ ଆର୍ଦ୍ରତା ୫୦ ପ୍ରତିଶତ ରହିବା କାରଣରୁ ରାତିରେ ମଧ୍ୟ ଅସହ୍ୟ ଗରମ ଓ ଗୁଳଗୁଳି ଅନୁଭୂତ ହେବ ।

ଆଜି ବାରିପଦା ଓ ଝାରସୁଗୁଡ଼ାରେରେ ସର୍ବାଧିକ ଦିନ ତାପମାତ୍ରା ୪୦ ଦଶମିକ ୪ ଡିଗ୍ରୀ ରେକର୍ଡ଼ କରାଯାଇଥିବାବେଳେ ବଲାଙ୍ଗିରରେ ୪୦ ଦଶମିକ ୩, ତାଳଚେର, ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ରାଜ୍ୟର ୧୮ଟି ସହରର ତାପମାତ୍ରା ୩୮ ଡିଗ୍ରୀରୁ ଅଧିକ ଥିଲା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ତାପମାତ୍ରା ବୃଦ୍ଧି ପାଉଥିବାରୁ ପାଣିପାଗ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ସୂଚନା ଜାରି କରାଯାଇଛି । ଅଂଶୁଘାତ ଓ ଡାଇରିଆର ପ୍ରତିଷେଧକ ବ୍ୟବସ୍ଥା ପାଇଁ ସମସ୍ତ ଡାକ୍ତରଖାନାରେ ଆବଶ୍ୟକ ସୁବିଧା ଉପଲବ୍ଧ କରିବା ପାଇଁ କୁହଯାଇଛି । ଅଗ୍ନିଶମ ବିଭାଗ ସହିତ ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.