BREAKING: ସିଝୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ
ଆକାଶରୁ ହେଉଛି ନିଆଁ ବର୍ଷା। ସିଝୁଛି ପଶ୍ଚିମ ଓଡ଼ିଶା।
ଝାରସୁଗୁଡ଼ା: ଆକାଶରୁ ନିଆଁ ବର୍ଷା। ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ। ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା। ଘରୁ ବାହାରିଲେ ଅଂଶୁଘାତର ଭୟ ରହୁଛି। ଯଦିଓ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିଛି ତଥାପି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ଖରା ତାତି।
ସେହିପରି ଆଜି ରାଜ୍ୟରେ ଦିନ ସାଢ଼େ ୧୧ ସୁଦ୍ଧା ୪୧ ଡିଗ୍ରୀ ଛୁଇଁଛି ପାରଦ। ହଁ ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି। ସାଢ଼େ ୧୧ଟାରେ ୪୧ ଡିଗ୍ରୀ ଛୁଇଁଲା ପାରଦ। ଝାରସୁଗୁଡ଼ାରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି ହୀରାକୁଦ ୩୮.୪ ଡିଗ୍ରୀ, ସମ୍ୱଲପୁରରେ ୩୮.୨ ଡିଗ୍ରୀ, ରାଉରକେଲା ୩୮ ଓ ଭୁବନେଶ୍ୱର ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଉ କାଳବୈଶାଖୀ ପ୍ରଭାବ ଥିବା ସତ୍ତ୍ୱେ ଯଦି ତାତିର ଏପରି ପ୍ରଭାବ ରହୁଛି। ତାହାଲେ କାଳବୈଶାଖୀ ପ୍ରଭାବ କମିବା ପରେ ରାଜ୍ୟରେ କେଉଁଭଳି ପାରଦ ବଢ଼ିବ ତାହା ଅନୁମାନ କରିହେଉଛି।