Breaking: ବନ୍ଦ ହୋଇଯାଇଛି ଟିକେଟ କାଉଣ୍ଟର, ଏବେବି ରାତି ଅନିଦ୍ରା ହୋଇ ଲମ୍ୱା ଲାଇନ୍ ଲଗାଇଛନ୍ତି ଲୋକ

ଡିସିପିଙ୍କ ସୂଚନା ପରେ ବି ମାନିଲେନି। ଟିକେଟ ବିକ୍ରି ବନ୍ଦ ହେବା ପରେ ବି କାଉଣ୍ଟର ଆଗରେ ଲମ୍ୱା ଲାଇନ ଲାଗିଥିବାର ଦେଖିବାକୁ ମିଳୁଛି।

କଟକ: ସରିଯାଇଛି ଟିକେଟ ବିକ୍ରି। ହେଲେ ଏବେବି କାଉଣ୍ଟର ଆଗରେ ଲାଗିଛି ଲମ୍ୱା ଲାଇନ୍। ରାତି ଅନିଦ୍ରା ହୋଇ ଧାଡ଼ିରେ ଛିଡା ହୋଇଛନ୍ତି। ହେଲେ ନା କାଉଣ୍ଟର ଖୋଲୁଛି ନା ଟିକେଟ ବିକ୍ରି ହେଉଛି।

ଯେହେତୁ ପୂର୍ବରୁ ଦୁଇ ଦିନ ଅର୍ଥାତ୍ ଫେବୃଆରୀ ୫ ତାରିଖ ଓ ୬ ତାରିଖ ବାରବାଟିରେ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ହେବାକୁ ଘୋଷଣା କରାଯାଇଥିଲା। କିନ୍ତୁ ଗୋଟିଏ ଦିନରେ ବା ୫ ତାରିଖ ଦିନ ହିଁ ସମସ୍ତ ଟିକେଟ ବିକ୍ରି ସରିଯାଇଥିଲା।

ଲୋକଙ୍କର କ୍ରିକେଟ ପ୍ରତି ଏତେ କ୍ରେଜ ଥିଲା ଯେ, ଦୁଇ ଦିନରେ ବିକ୍ରି ହେବାକୁ ଥିବା ୧୨୦୦୦ ଟିକେଟ ଗୋଟିଏ ଦିନରେ ହିଁ ସରିଯାଇଥିଲା। ରାତି ଅନିଦ୍ରା ହୋଇ ଅଖିଆ ଅପିଆ ପଡି ରହି କିଛି ଲୋକ ଟିକେଟ ପାଇଲେ।

ଆଉ କିଛି ଲୋକ ନିରାଶ ହେବା ପରେ ଯେତେବେଳେ ୫ ତାରିଖ ସଂନ୍ଧ୍ୟାରେ କାଉଣ୍ଟର ବନ୍ଦ ହୋଇଗଲା। ସେତେବେଳେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ଉତ୍ୟକ୍ତ ଲୋକ ଠେଲାପେଲା କରି ବ୍ୟାରିକେଡ ଭାଙ୍ଗି ଦେଇଥିଲେ।

ପରେ ରାତିରେ କଟର ଡିସିପି ଜଗମୋହନ ମୀନା ସୂଚନା ଦେଲେ କି ଗୋଟିଏ ଦିନରେ ସମସ୍ତ ଟିକେଟ ବିକ୍ରି ସରିଯାଇଛି। ଆଉ ୬ ତାରିଖ ଦିନ ଟିକେଟ ବିକ୍ରି ହେବନାହିଁ। କିନ୍ତୁ କ୍ରିକେଟ ଦେଖିବା ପାଇଁ ଲୋକଙ୍କ ମନରେ ଏତେ ଆଗ୍ରହ ଯେ ଆଜି ବି କାଉଣ୍ଟର ଆଗରେ ଲୋକଙ୍କ ଲମ୍ୱା ଲାଇନ ଲାଗିଥିବା ଦେଖିବାକୁ ମିଳିଛି।