fbpx

ବଦଳିଲା ଟିମ ଇଣ୍ଡିଆର ଟାଇଟଲ ସ୍ପନସର: ରାତାରାତି ବଡ ନିଷ୍ପତ୍ତି ନେଲା BCCI

AAKASH

ନୂଆଦିଲ୍ଲୀ: ରାତାରାତି ବଦଳି ଯାଇଛି ଭାରତୀୟ କ୍ରିକେଟ ଟିମର ସ୍ପନସରସିପ । ଆଗକୁ ଭାରତ ଖେଳୁଥିବା ଯେକୌଣସି ଘରୋଇ ସିରିଜରେ ଦେଖିବାକୁ ମିଳିବନି ପେଟିଏମର ବିଜ୍ଞାପନ । ବିସିସିଆଇର ଟାଇଟଲ ସ୍ପନସରସିପ ଏବେ ପେଟିଏମ ହାତରୁ ଖସିଯାଇ ମାଷ୍ଟରକାର୍ଡ ନିକଟକୁ ଚାଲିଯାଇଛି । ତେବେ ସମୟ ପୂର୍ବରୁ ବିସିସିଆଇ ସହ ଚୁକ୍ତି ରଦ୍ଦ କରିଛି ପେଟିଏମ । ଏଣିକି ଭାରତର ସମସ୍ତ ଘରୋଇ ସିରିଜରେ ମାଷ୍ଟରକାର୍ଡର ଟାଇଟଲ ସ୍ପନସର ଦେଖିବାକୁ ମିଳିବ ।

ପେଟିଏମ ଏବେ ବିସିସିଆଇକୁ ନିଜ ଅଧିକାର ମାଷ୍ଟରକାର୍ଡକୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲା । ଏହି ଅନୁରୋଧକୁ ବିସିସିଆଇ ତରଫରୁ ମଧ୍ୟ ଗ୍ରୀନ ସିଗନାଲ ମିଳିସାରିଛି । ଗତ ୨୦୧୯ରେ ବିସିସିଆଇ ପେଟିଏମ ସହ ୪ବର୍ଷର ଟାଇଟଲ ସ୍ପନସର ପାଇଁ ଚୁକ୍ତି କରିଥିଲା । ପ୍ରତି ମ୍ୟାଚ ପାଇଁ ୩.୮୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା । ତେବେ ପୂର୍ବରୁ ଏହି ଟଙ୍କା ୨୦୪ କୋଟି ରହିଥିଲା । କିନ୍ତୁ ୨୦୨୨ରେ ପେଟେିଏଢ଼ ଏହି ଚୁକ୍ତିରୁ ଓହରି ଯାଇଛି ।

ପେଟିଏମ ପରେ ଏବେ ଏହି ସ୍ୱନସରସିପ ମାଷ୍ଟରକାର୍ଡ ହାତକୁ ଯାଇଛି । ଏହି ଅଧିକାରକୁ ଟ୍ରାନ୍ସଫର କରିବା ପାଇଁ ପେଟିଏମ ଏକ ଅନୁରୋଧ କରିଥିବା କହିଛନ୍ତି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ । ତେବେ ନୂଆ ସ୍ପନସରଙ୍କ ସହିତ ଆସନ୍ତା ୨ ସପ୍ତାହ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହେବ । ଆସନ୍ତା ୨୦୨୩ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ଟାଇଟଲ ସ୍ପନସର ରହିବ ମାଷ୍ଟରକାର୍ଡ ।

ଆସନ୍ତା ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ବିପକ୍ଷରେ ଘରୋଇ ସିରିଜ ଖେଳିବ ମେନ ଇନ ବ୍ଲୁ । ସେହିପରି ଅଗଷ୍ଟ ପ୍ରଥମ ସପ୍ତାହରେ ୱେଷ୍ଟଇଣ୍ଡିଜ ଗସ୍ତ ଶେଷ କରି ଜିମ୍ବାୱେ ଗସ୍ତରେ ଯିବ ଟିମ ଇଣ୍ଡିଆ । ୧୮ ତାରିଖରୁ ୨୨ ତାରିଖ ମଧ୍ୟରେ ୩ଟି ଟି-୨୦ ମ୍ୟାଚ ଖେଳିବ ଭାରତୀୟ କ୍ରିକେଟ ଟିମ । ତେବେ ଘରୋଇ ସିରିଜରେ ହିଁ ଟାଇଟଲ ସ୍ପନସର ମାଷ୍ଟରକାର୍ଡ ରହିବ ।

Get real time updates directly on you device, subscribe now.