ଦୁଷ୍ଟାମୀ ପାଇଁ କାନ ମୂଳକୁ ମାରିଲେ ଟ୍ୟୁସନ ଶିକ୍ଷକ; ଭେଣ୍ଟିଲେଟରରେ ଭର୍ତ୍ତି ହେଲା କୁନି ଝିଅ

ମୁମ୍ୱାଇ: ଓଡ଼ିଆରେ ଗୋଟେ କଥା ଅଛି କଥାରେ ରାଗ ବ୍ରହ୍ମ ଚଣ୍ଡାଳ। ରାଗିଗଲେ ଯେ ଜଣେ ମଣିଷ ତାର ହିତାହତ ଜ୍ଞାନ ହରାଇ ବସେ, ତାହାର ଏକ ଉଦାହରଣ ଏଠି ଦେଖିବାକୁ ମିଳିଛି। ଏହି ଖବର ସମଗ୍ର ଦେଶରେ ଖେଳେଇ ହୋଇଯାଇଛି ଏବଂ ସେହି କୁନି ଝିଅ ପାଇଁ ପ୍ରାର୍ଥନା କରୁଛନ୍ତି ଲୋକେ । ମହାରାଷ୍ଟ୍ରର ପାଲଘର ଜିଲ୍ଲାର ନାଲାସୋପାରାର ଜଣେ ୧୦ ବର୍ଷୀୟା କୁନି ଝିଅ ଭେଣ୍ଟିଲେଟରରେ ଅଛି। ତାର ମସ୍ତିଷ୍କରେ ଗଭୀର ଆଘାତ ଲାଗିଛି। ସେ ଜୀବନ ସହ ଲଢ଼େଇ କରୁଛି। ଟ୍ୟୁସନ ଶିକ୍ଷକ ଛାତ୍ରୀଙ୍କୁ ତାଙ୍କ କାନ ନିକଟରେ ଦୁଇ ଥର ଏତେ ଜୋରରେ ଚାପୁଡ଼ା ମାରିଥିଲେ ଯେ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା।

ଅକ୍ଟୋବର ୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ପୀଡ଼ିତା ଦୀପିକାଙ୍କୁ ସପ୍ତାହକ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା। ପୋଲିସ କହିଛି ଯେ ୨୦ ବର୍ଷୀୟ ଘରୋଇ ଟ୍ୟୁସନ ଶିକ୍ଷକ ନାବାଳିକାଙ୍କୁ ଚାପୁଡ଼ା ମାରିଥିଲେ। ସେମାନେ କହନ୍ତି ଯେ ପିଲାଟି ପାଠ ପଢ଼ିବା ବଦଳରେ ଦୁଷ୍ଟାମୀ କରୁଥିଲା। ଚାପୁଡ଼ା ଏତେ ଜୋରରେ ବସିଥିଲା ଯେ ଝିଅଟି କାନରେ ପିନ୍ଧିଥିବା କାନଫୁଲ ତାଙ୍କ ଗାଲରେ ପଶି ଯାଇଥିଲା। ମସ୍ତିଷ୍କରେ ଗଭୀର ଆଘାତ ଓ ଟିଟାନସ୍ ସଂକ୍ରମଣ କାରଣରୁ ନାବାଳିକାଙ୍କୁ କେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସୋମେୟାଙ୍କୁ ମୁମ୍ବାଇର ଆଇସିୟୁରେ ଭର୍ତ୍ତି କରାଯାଇଛି।

ଗତ ୯ ଦିନ ହେବ ସେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହାର ଏକ ସପ୍ତାହ ପରେ ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଅଚେତ ହୋଇପଡ଼ିଥିଲେ ବୋଲି ତୁଲିଞ୍ଜ ଥାନାର ଜଣେ ଅଧିକାରୀ କହିଛନ୍ତି। ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଘରୋଇ ଟ୍ୟୁସନ ଶିକ୍ଷକ (୨୦) ଛାତ୍ରୀଙ୍କ କାନରେ ତୀବ୍ର ମାଡ଼ ମାରିଥିଲେ। ପ୍ରଥମେ କୁନି ଝିଅକୁ କିଛି ଶୁଭି ନଥିଲା ଏବଂ ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟଗତ ଜଟିଳତା ସୃଷ୍ଟି କରିଥିଲା । ନାବାଳିକାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ମୁମ୍ବାଇର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।