fbpx
BJD SKY
BJD SKY

ମର୍ସିଡିଜ ନୁହେଁ,ଇନୋଭାରେ ହୋଇଥିଲା ଦୁଷ୍କର୍ମ ହାଇଦ୍ରାବାଦ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ

BJD

ହାଇଦ୍ରାବାଦ: ସାରା ଦେଶରେ ହଇଚଇ ସୃଷ୍ଟି କରିଛି ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା । କାର ଭିତରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ବଳକ୍ରାର କରିବା ଘଟଣା ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣାରେ ଜଣେ ଗିରଫ ହୋଇଥିବାବେଳେ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗଣଦୁଷ୍କର୍ମ ମାମଲାରେ ଅନ୍ୟ ୩ ଅଭିଯୁକ୍ତ ନାବାଳକ ଥିବାରୁ ଆଜି ସେମାନଙ୍କୁ ନେଇ ପଚରାଉଚରା କରିବ ପୁଲିସ୍।

ସେପଟେ ଗତକାଲି ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଦୁଦ୍ଦିନ ମଲିକକୁ ଆଜି କୋର୍ଟରେ ହାଜର କରାଯିବ । ତଦନ୍ତ ପାଇଁ ତାକୁ ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ୍ । କୁହାଯାଉଛି ଅଭିଯୁକ୍ତ ଜଣକ ଟିଆରଏସ୍ ଦଳର ଜଣେ ନେତାଙ୍କ ପୁଅ। ତା’ସହ ଅନ୍ୟ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଓ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀଙ୍କ ନାତି ବି ଥିବା କୁହାଯାଉଛି । କିନ୍ତୁ ମନ୍ତ୍ରୀଙ୍କ ନାତି ସଂପୃକ୍ତ ନଥିବା ସଫେଇ ଦେଇଛି ପୋଲିସ ।

ସେପଟେ ଲାଲ ମର୍ସିଡିଜ ରେ ବଲକ୍ରାର ହୋଇଥିବା ଘଟଣା ଚର୍ଚ୍ଚା ହେଉଥିବାବେଳେ ପୋଲିସ କିନ୍ତୁ କହିଛି ମର୍ସିଡିଜ ନୁହେଁ ବରଂ ଇନୋଭାରେ ହୋଇଛି ବଳାକ୍ରାର । ଲାଲ ମର୍ସିଡିଜଟି ଜଣେ ବିଧାୟକଙ୍କର ହୋଇଥିବାବେଳେ ତାହା ଏକ ପେଷ୍ଟ୍ରୀ ଦୋକାନ ପାଖେ ଥିଲା ,ଏଥିରେ ବଳାକ୍ରାର ହୋଇନାହିଁ ବୋଲି ସଫେଇ ଦେଇଛି ପୋଲିସ । ଅନ୍ୟପଟେ ଅଭିଯୁକ୍ତମାନେ କାରରୁ ଓହ୍ଲାଇ ଏକ କାଫେକୁ ଯାଇଥିଲେ । ସେଠାରେ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.