fbpx

ଆମେରିକା ଫାର୍ମାସ୍ୟୁଟିକଲ କମ୍ପାନୀର ଦାବି- ଜଲଦୀ ଆସିବ କରୋନା ଟୀକା, କିନ୍ତୁ..

କରୋନା ଭାଇରସର ଟୀକା ବହୁତ ଶୀଘ୍ର ଆସିବାରେ ବୋଲି ଆଶଙ୍କା କରାଯାଉଛି । ଆମେରିକା ସ୍ଥିତ ଫାର୍ମାସ୍ୟୁଟିକଲ କମ୍ପାନୀ ମାର୍ଡନା ଗତ କିଛି ମାସ ଧରି କୋଭିଡ୍-୧୯ ଟୀକା ଉପରେ କାମ କରୁଛି । ଏହି କମ୍ପାନୀ ଗତ ସୋମବାର ଦିନ ଘୋଷଣା କରିଛି ଯେ, ସୀମିତ ମାତ୍ରାରେ କୋଭିଡ-୧୯ ଟୀକା ଶୀଘ୍ର ପ୍ରସ୍ତୁତ ହୋଇଯିବ । ସେହିଦିନ କମ୍ପାନୀ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଚ କମିଶନରଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଛି ।

ମାର୍ଡନା ସିଇଓ ଷ୍ଟିଫେନ୍ ବେନସଲ କହିଛନ୍ତି ଯେ, ବ୍ୟବସାୟିକ ଭାବେ ଏହି ଟୀକା ୧୨-୧୮ ମାସ ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ । କିନ୍ତୁ ଜରୁରୀକାଳୀନ ବ୍ୟବହାରକୁ ଦୃଷ୍ଟିରେ ରଖି କିଛି ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରେ, ଯେଉଁଥିରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଥିବା ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇପାରନ୍ତି । କମ୍ପାନୀ ଆଣ୍ଟି କୋଭିଡ୍-୧୯ ଟୀକା mRNA-1273 ନାମରେ ବିକଶିତ କରୁଛି ।

Get real time updates directly on you device, subscribe now.