fbpx

Video; “ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସି ନାହାଁନ୍ତି ସେପର୍ଯ୍ୟନ୍ତ ଗାଡ଼ି ଗଡ଼ିବ ନାହିଁ; ସେ ଆସିଲେ ହିଁ ଗାଡି ଗଡ଼ିବ”

ବାରିପଦା: (ଓଡ଼ିଶା ଭାସ୍କର) ଦେହ ସାରା ଖାଲି ରକ୍ତ। ପୋଷାକ ରକ୍ତରେ ପୁରା ଜୁଡ଼ୁବୁଡ଼ୁ ହୋଇଯାଇଛି। ତଥାପି ଚିତ୍କାର କରି ମୁଖ୍ୟମନ୍ତ୍ରୀଙ୍କୁ ପାଖକୁ ଡାକୁଛନ୍ତି। କହୁଛନ୍ତି “ମୁଖ୍ୟମନ୍ତ୍ରୀ ଆସିଲେ ଯାଇଁ ଗାଡ଼ି ଗଡ଼ିବ। ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସି ନାହାଁନ୍ତି ସେପର୍ଯ୍ୟନ୍ତ ଗାଡ଼ି ଗଡ଼ିବ ନାହିଁ। ବିଜେପି ଜିତିଗଲା ବୋଲି କଣ ଏମିତି ମାରଣାସ୍ତ୍ର ଦେଖାଇ ରାଜ କରିବେ।”

ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାରିବଦା ବସ୍ ଷ୍ଟାଣ୍ଡ ପାଖରେ। ଖଣ୍ଡା ଚୋଟରେ ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହାର ପ୍ରତିବାଦ ରେ ବାରିପଦା ବସ ଏସୋସିଏସନ ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ବସ ସେବା ବନ୍ଧ ରଖିଛନ୍ତି। ଗତ କାଳ ରାତି ପାଖରୁ ସମସ୍ତ ବସ ଠିଆ ହୋଇଥିବାର ଦେଖିବାକୁ ମିଳିଛି।

ଏପଟେ ଯାତ୍ରୀ ହନ୍ତସନ୍ତ ହେବାର ପରିଲକ୍ଷିତ ହେଉଛି। ସୂଚନାଯୋଗ୍ୟ ଦୁର୍ଗା(ସନେକ୍ସ) ନାମକ ଏକ ଘରୋଇ ବସ ବାରିପଦାରୁ ବ୍ରହ୍ମପୁରକୁ ଅଧିକାଂଶ ଦିନ ବିଳମ୍ବରେ ଯାଏ। ଏହାକୁ ନେଇ ଗତକାଲି ରାତି ୮ ଟା ସମୟରେ ଦୁର୍ଗା ବସ ମ୍ୟାନେଜର ଙ୍କୁ କିଛି ଜଣ ମାରପିଟ କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଗୋଟେ ଗୋଷ୍ଠି ର କିଛି ଯୁବକ ଖଣ୍ଡା ଓ ଭୁଜାଲି ଧରି ବସ ଷ୍ଟାଣ୍ଡରେ ପହଁଚି ଥିଲେ। ତାପରେ ଜଣକ ପରେ ଜଣକୁ ହାଣି ଚାଲିଥିଲେ।

ଖଣ୍ଡା ଚୋଟରେ ୭ ଜଣ ଆହତ ହୋଇଥିଲେ। ଏହାକୁ ନେଇ ବସ୍ ଷ୍ଟାଣ୍ଡ ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ୪ ଜଣ ଆକ୍ରମଣକାରୀ ଙ୍କୁ ବାରିପଦା ଟାଉନ୍ ପୁଲିସ ଉଠାଇ ନେଇଛି। ଅଭିଯୋଗ କାରୀ ପ୍ରକାଶ କରିଥିଲେ ଘଟଣା ସମ୍ପର୍କରେ ପୋଲିସ କୁ ଖବର ଦିଅ ଯାଇଥିଲା ହେଲେ ପୋଲିସ ୪୫ ମିନିଟ ବିଳମ୍ବରେ ପହଞ୍ଚିବାରୁ ଘଟଣା ଉଗ୍ରରୂପ ନେଇଛି। ପୋଲିସ ଷ୍ଟେସନ ମାତ୍ର ଅଧ କିଲୋମିଟର ଦୂରରେ ଅବସ୍ଥିତ ଥିବା ବେଳେ ୪୫ ମିନିଟ ବିଳମ୍ବରେ ପହଁଚିବ ପୋଲିସ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।

Get real time updates directly on you device, subscribe now.