ଅପେକ୍ଷାର ହେଲା ଅନ୍ତ… ଇଣ୍ଡିଆ ଟିମରେ ସାମିଲ ହେବା ପାଇଁ ଶାମି ପ୍ରସ୍ତୁତ, ଇନଷ୍ଟାଗ୍ରମରେ ଶେୟାର କଲେ ଭିଡିଓ
୨୦୨୩ ବିଶ୍ୱକପ ପରେ ଆହତ ହୋଇଥିଲେ ଭାରତୀୟ ଦୃତ ବୋଲର ମହମ୍ମଦ ଶାମି । ବର୍ତ୍ତମାନ ୧୪ ମାସ ପରେ ପୁଣି ଥରେ ତାଙ୍କୁ ନୀଳ ଜର୍ସିରେ ଦେଖିବାକୁ ମିଳିବ ।
ନୂଆଦିଲ୍ଲୀ: ଭାରତୀୟ ଦଳକୁ ଫେରୁଛନ୍ତି ଦୃତ ବୋଲର ମହମ୍ମଦ ଶାମି । ଦୀର୍ଘ ଦିନର ବ୍ୟବଧାନ ପରେ ମଇଦାନରେ ସେ ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାନୁଆରୀ ୨୨ରୁ ଆରମ୍ଭ ହେବ । କୋଲକାତାର ଇଡେନ୍ ଗାର୍ଡ଼େନ୍ସରେ ପ୍ରଥମ ମ୍ୟାଚ୍ ଖେଳାଯିବ ।
ଏହି ସିରିଜ ପାଇଁ ଭାରତୀୟ ଦଳ ଏହାର ସ୍ୱାଡ୍ ଘୋଷଣା କରିସାରିଛି । ଏଥିରେ ମହମ୍ମଦ ଶାମିଙ୍କ ନାଁ ମଧ୍ୟ ସାମିଲ କରାଯାଇଛି ।
କହିରଖୁଛୁ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ପରେ ସେ ଆହତ ହୋଇଥିଲୋ ଏହା ପରେ ସେ ଅନ୍ତର୍ଜାତୀୟ ମ୍ୟାଚ୍ ଠାରୁ ଦୂରେଇ ରହିଥିଲେ ।
ଇନଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ ଶାମି ବିଶେଷ ଅନ୍ଦାଜରେ ଦଳରେ ତାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା କରିଛନ୍ତି ।
କ’ଣ କହିଛନ୍ତି ଶାମି?
ଇନଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓର ଶାମିଙ୍କୁ ବିଭିନ୍ନ ଖେଳ ଜୋତା ତଳିରେ ଲାଗିଥିବା ଧୂଳି ସଫା କରୁଥିବାର ଦେଖାଯାଉଛି । ସିରିଜ୍ ସମୟରେ ସେ ଏହି ଜୋତା ସବୁ ପିନ୍ଧିବେ ।
କ୍ୟାପସନରେ ଶାମି ଲେଖିଛନ୍ତି, ‘ଅପେକ୍ଷାର ଅନ୍ତ ହେଲା । ମ୍ୟାଚ୍ ମୋଡ୍ ଅନ୍, ମୁଁ ଟିମ୍ ଇଣ୍ଡିଆରେ ପୁଣି ଥରେ ସାମିଲ ହେବାକୁ ପସ୍ତୁତି କରୁଛି ।’
ଫ୍ୟାନ୍ସ ଉତ୍ସାହିତ: ଭାରତୀୟ ଦଳରେ ଶାମିଙ୍କୁ ଦେଖିବା ପାଇଁ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି ।
ଭିଡିଓ ଦେଖିବା ପରେ ଅନୁମାନ କରାଯାଇପାରିବ କି ଶାମି ଭାରତୀୟ ଦଳର ଜର୍ସି ପିନ୍ଧିବା ପାଇଁ କେତେ ଉତ୍ସୁକ ।
ଏହି ଭିଡିଓକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଛନ୍ତି । ଜଣେ କମେଣ୍ଟରେ ଲେଖିଛନ୍ତି, ‘ଭାଇ ଦେଖାଇଦେବ କମବ୍ୟାକ୍ କାହାକୁ କୁହନ୍ତିା’
View this post on Instagramଫିଟନେସ୍ ସମସ୍ୟା: ୨୦୨୩ ବିଶ୍ୱକପ୍ ପରଠାରୁ ଆଘାତ ଯୋଗୁଁ କ୍ରିକେଟ୍ ଠାରୁ ଦୂରେଇ ରହିଥିଲେ ।
ଅସ୍ତ୍ରୋପଚାର ଶେଷ ହୋଇଥିଲେ ମଧ୍ୟ ତାଙ୍କ ଫିଟନେସକୁ ନେଇ ସମସ୍ୟା ଲାଗି ରହିଛି ।
ତାଙ୍କ ଆଣ୍ଠୁରେ ହାଲୁକା ଫୁଲା ରହିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଶାମି ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ତେଣୁ ଇଂଲଣ୍ଡ ବିପକ୍ଷ ସିରିଜର ସମସ୍ତ ମ୍ୟାଚରେ ସେ ଖେଳି ନ ପାରନ୍ତି ।