fbpx

(Video) ଅପେକ୍ଷାର ଅନ୍ତ ଘଟିଲା: ଘୋଷଣା ହେଲା ମୁଖ୍ୟମନ୍ତ୍ରୀଙ୍କ ନାମ, ଜାଣନ୍ତୁ କିଏ ସେହି ନୂଆ ଚେହେରା

Advertisement

ଭୁବନେଶ୍ୱର: ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ନିର୍ବାଚନର ଫଳାଫଳ ୪ ଜୁନରେ ପ୍ରକାଶ ପାଇଛି । ଏଥିରେ ବିଜେପିକୁ ବହୁମତ ମିଳିଛି । ଗତ ରବିବାର ଦିନ ଲଗାତାର ତୃତୀୟ ଥର ପାଇଁ ପିଏମ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଏହାରି ମଧ୍ୟରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ଏନେଇ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ତାଙ୍କ ନାମ ପ୍ରକାଶ ପାଇଛି ।

ରାଜ୍ୟରେ ଲୋକସଭା ଆସନ ୨୧ଟିରୁ ୨୦ଟି ବିଜେପି ଜିତିଥିବା ବେଳେ ମାତ୍ର ଏକ ସିଟକୁ କଂଗ୍ରେସ ହାସଲ କରିଛି । ସେହିଭଳି ୧୪୭ଟି ବିଧାନସଭା ଆସନରୁ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ୫୧ଟି ପାଇଥିବା ବେଳେ ୭୮ଟି ଆସନ ବିଜେପି ଅଧିକାର କରିଛି । ଏଥିସହ କଂଗ୍ରେସ ୧୪ଟି, ଏବଂ ସ୍ୱାଧୀନପ୍ରାର୍ଥୀ ୩ଟି ସିଟ୍ ଅଧିକାର କରିଛନ୍ତି । ଏଥିରେ ବିଜେପି ସର୍ବାଧିକ ସିଟ୍ ଅଧିକାର କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରିଛନ୍ତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ ପାଇଛି । ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ । ସେ ଆସନ୍ତାକାଲି ଅର୍ଥାତ ୧୨ ତାରିଖ ଅପରାହ୍ଣ ୪ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । ଏ ନେଇ ସେ ଆସନ୍ତାକାଲି ଦିନ ୨ଟା ୩୦ ମିନିଟରେ ବିମାନବନ୍ଦରରେ ପହଞ୍ଚିବେ । ଅପରାହ୍ଣ ୪ଟା ୪୫ରେ ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିବେ ।

Get real time updates directly on you device, subscribe now.