fbpx
BJD SKY
BJD SKY

ବନ୍ୟା Alert! ଫୁଲୁଛି ବୈତରଣୀ ନଦୀ: ବିପଦ ସଂକେତ ଟପି ଗାଁ ଗାଁରେ ପଶିଲାଣି ବନ୍ୟା ପାଣି

BJD

ଯାଜପୁର: ବୈତରଣୀ ନଦୀର ଜଳସ୍ତରକୁ ନେଇ ବିପଦ ଘନେଇଛି । ଧିରେ ଧିରେ ପଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି । ବିଶେଷ କରି ତଳିଆ ଅଞ୍ଚଳକୁ ନେଇ ଚିନ୍ତାରେ ପଡ଼ିଛି ପ୍ରଶାସନ । ଗତକାଲିଠାରୁ ବିଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର । ରାଜଘାଟ ଏବଂ ଆଖୁଆପଦାରେ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।

ତେବେ ଏଭଳି ପରିସ୍ଥିତିରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଜାରି କରାଯାଇଛି । ସେପଟେ ବନ୍ୟାକୁ ନେଇ ଆଶଙ୍କା ବୃଦ୍ଧି ପାଉଥିବା ବେଳେ ଯାଜପୁର ପାଇଁ ବନ୍ୟା ଆଲର୍ଟ କରାଯାଇଛି । ଏହାସହିତ ଭଣ୍ଡାରୀପୋଖରୀ ଏବଂ ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ତେବେ ଭଣ୍ଡାରୀପୋଖରୀ ମୋଟ ୭ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇ ରହିଛି । ନିକଟସ୍ଥ ଷୋଳମପୁର, ରହଣିଆ, ମାଳଦା, ନପଙ୍ଗ, କୁରିଙ୍ଗା ଆଦି ପଞ୍ଚାୟତରେ ବନ୍ୟାଜଳ ଲହଡ଼ି ଖେଳୁଥିବା ଦେଖାଯାଇଛି । ଏହାସହିତ ବନ୍ଦୋଳ ମଢିଆଳି ଏବଂ ଝୁଟଣା ପଞ୍ଚାୟତ ମଧ୍ୟ ପାଣି ଘେରରେ ଜୀବନ କାଟୁଛନ୍ତି । ଅନ୍ୟପକ୍ଷରେ ଧାମନଗର ବ୍ଲକର ୧୦ଟି ପଞ୍ଚାୟତକୁ ବୈତରଣୀ ନଦୀର ବନ୍ୟାଜଳ ପ୍ରବେଶ କରୁଛି ।

Get real time updates directly on you device, subscribe now.