fbpx

ଏଣିକି ଔଷଧ ଉପରେ ରହିବ କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ନକଲି ଔଷଧରେ ଏବେ ଲାଗିବ ଲଗାମ । ନକଲି ଔଷଧ ବିକ୍ରେତାଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ନକଲି ଔଷଧକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଔଷଧ ଉପରେ କ୍ୟୁଆର କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ୩୦୦ ଫାର୍ମା କମ୍ପାନୀକୁ କ୍ୟୁଆର କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦେଶର ଶ୍ରେଷ୍ଠ ୩୦୦ ଔଷଧ ବ୍ରାଣ୍ଡକୁ ସେମାନଙ୍କ ଔଷଧ ଉପରେ କ୍ୟୁଆର କୋଡ ଲଗାଇବାକୁ ହେବ । ଏହାଦ୍ୱାରା ଜଣେ ଗ୍ରାହକ କ୍ୟୁଆର କୋଡକୁ ସ୍କାନ କଲେ ସେହି ମେଡିସିନ ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିପାରିବେ । ତେବେ ଅଗଷ୍ଟ ୧ରୁ ଏହି ନିୟମ ଲାଗୁ କରାଯାଇଛି ।

ଡିସିଜିଆଇର ନିର୍ଦ୍ଦେଶ ନ ମାନିଲେ, ଔଷଧ କମ୍ପାନୀକୁ ଜରିମାନା ଭରିବାକୁ ପଡିବ । ୟୁନିକ ପ୍ରଡକ୍ଟ ଆଇଡେଣ୍ଟିଫିକେସନ କୋଡ ଦ୍ୱାରା ଔଷଧର ଜେନେରିକ ନାମ, ବ୍ରାଣ୍ଡ ନାମ, ଉତ୍ପାଦକଙ୍କ ନାମ, ଔଷଧ ଉତ୍ପାଦନ ତାରିଖ ସହିତ ଏହାର ଏକ୍ସପାଏରୀ ଡେଟ୍ଏ ବଂ ଔଷଧ ଉତ୍ପାଦନକାରୀ କମ୍ପାନୀର ଲାଇସେନ୍ସ ନମ୍ବର ମଧ୍ୟ ଜାଣିହେବ । ଯାହାଫଳରେ ନକଲି ଔଷଧ କାରବାରରେ ରୋକ୍ ଲଗାଯାଇପାରିବ ।

Get real time updates directly on you device, subscribe now.